ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

Meerut Case: ମିରଟରେ ଚାଞ୍ଚଲ୍ୟ; ସ୍ୱାମୀକୁ ହତ୍ୟାକରି ସିମେଣ୍ଟରେ ପୋତିଦେଲା ସ୍ତ୍ରୀ

Published By : Bijay Swain | March 19, 2025 9:06 PM

Image Courtesy: indiatoday

ନୂଆଦିଲ୍ଲୀ: ପରକୀୟା ପ୍ରୀତି ଯେ କେତେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଅନେତର୍ଗତ ମିରଟ ସହରରେ। ଖବର ମୁତାବକ ମିରଟ ସହରର ଜଣେ ମହିଳା ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ତାଙ୍କ ସ୍ୱାମୀ ତାଙ୍କୁ ନିଶାଦ୍ରବ୍ୟ ସେବନ କରିବାକୁ ବାରଣ କରୁଥିବାରୁ ସେ ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି ମହିଳା ଜଣକ କହିଛନ୍ତି। ସ୍ବାମୀଙ୍କୁ ହତ୍ୟା କରିଥିବା କଥା ତାଙ୍କ ବାପାଙ୍କୁ କହିଥିଲେ। ଏହାପରେ  ତାଙ୍କ ବାପା ପୋଲିସକୁ ଖବର  ଦେଇଥିଲେ। ତାଙ୍କ ଝିଅ ନିଜ ପ୍ରେମିକ ସହ ମିଶି ତାଙ୍କ ଜ୍ୱାଇଁଙ୍କୁ ମାରି ଏକ ସିମେଣ୍ଟ ଭର୍ତ୍ତି ଡ୍ରମରେ ପୁରାଇ ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ।

ଉକ୍ତ ମହିଳା ଜଣଙ୍କର ନାମ ମୁସ୍କାନ ରସ୍ତୋଗି । ଝିଅର ପରକିୟା ପ୍ରୀତି  ରଖିବା  ସହ  ଡ୍ରଗ୍ସ ସେବନ କରୁଥିଲ। ଏଭଳି ଝିଅକୁ ଫାଶିଦଣ୍ଡ ମିଳିବା ଦରକାର ବୋଲି ତାଙ୍କ ବାପା କହିଛନ୍ତି। ଏ ଖବର ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫହୋଇଛି।

ସୂଚନା ମୁତାବକ,  ମୃତକଙ୍କ ନାଁ ହେଉଛି ସୌରଭ ରାଜପୁତ। ସେ ଗତ ୨୦୧୬ ମସିହାରେ ମୁସ୍କାନ ରସ୍ତୋଗିଙ୍କୁ ପ୍ରେମବିବାହ କରିଥିଲେ। ସେମାନଙ୍କର ଏକ ୫ ବର୍ଷର ଝିଅ ଥିବାବେଳେ` ସେମାନେ ତିନିବର୍ଷ ହେବ ମେରଟ ସହରରେ ଭଡା ନେଇ ରହୁଥିଲେ। ତେବେ ସୌରଭଙ୍କୁ ଶେଷଥର ପାଇଁ ଗତ ମାର୍ଚ୍ଚ ୪ ତାରିଖରେ ଦେଖାଯାଇଥିଲା। ତେବେ ଏହି ଦିନ ହିଁ ମୁସ୍କାନ ନିଜ ପ୍ରେମିକ ସାହିଲ ଶୁକ୍ଲାଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି। 

ମୁସ୍କାନଙ୍କ ବାପା ପ୍ରମୋଦ ରସ୍ତୋଗି କିହଛନ୍ତି ଯେ ସୌରଭ ତାଙ୍କୁ ଡ୍ରଗ୍ସ ସେବନ କରିବାକୁ ନଦେବାରୁ ମୋ ଝିଅ ତାଙ୍କୁ ହତ୍ୟା କରିଛି। ଏନେଇ ସେ ମତେ ସୂଚନା ମଧ୍ୟ ଦେଇଥିଲା। ସେ ଡ୍ରଗ୍ସ ବିନା ଆଉ ବଞ୍ଚିପାରିବ ନାହିଁ ବୋଲି ମତେ ଫୋନ ଯୋଗେ କହିଥିଲା ସୌରଭ ମୋ ପୁଅ ଭଳି ଥିଲେ। ତାଙ୍କ ଜୀବନ ନବାର ଅଧିକାର କାହା ପାଖରେ ନାହିଁ। ଏ ଦୋଷ ପାଇଁ ମୋ ଝିଅକୁ ଫାଶି ଦଣ୍ଡ ମିଳିବା ଦରକାର ବୋଲି ମୁସ୍କାନଙ୍କ ବାପା କହିଛନ୍ତି।

ମୁସ୍କାନଙ୍କ ମା କଭିତା ରସ୍ତୋଗି ମଧ୍ୟ ଏ ମାମଲା ନେଇ ପୋଲିସକୁ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଝିଅ ତାଙ୍କୁ ଗତ ମାର୍ଚ୍ଚ ୧୭ ତାରିଖରେ ଫୋନ ଯୋଗେ ଡାକିବା ସହ ସୌରଭଙ୍କ ସହ ଝଗଡା ହୋଇଥିବା ନେଇ ସୂଚନା ଦେଇଥିଲା। ଏହାସହ ସେ ଘରକୁ ଆସିଲେ ଅନ୍ୟକଥା କହିବ ବୋଲି କହିଥିଲା। ପରେ ସେ ଘରେ ପହଞ୍ଚିବା ସହ ମତେ କୁଣ୍ଡେଇ ଧରି କାନ୍ଦି ଥିଲା। କହିଥିଲା ସୌରଭଙ୍କୁ ତାଙ୍କ ପରିବାରର ଜଣେ କେହି ଛୁରାମାଡ଼ କରି ହତ୍ୟା କରିଛି। ତେବେ ମୁସ୍କାନର ବାପା ତାକୁ ଥାନାରେ ଏନେଇ ଅଭିଯୋଗ କରିବା ପାଇଁ କହିବା ପରେ ସେ ସବୁ ସତ କଥା ମାନିଯାଇଥିଲା।

ମୁସ୍କାନକୁ ନେଇ ପୋଲିସ ହତ୍ୟା ସମ୍ପର୍କରେ ପଚାରିବାରୁ ସେ ସବୁ ସତକଥା ମାନିଯାଇଛି। ପ୍ରଥମେ ସେ ସୌରଭର ଖାଦ୍ୟରେ ନିଶା ଦେଇ ବେହୋସ କରାଇବା ପରେ ତାଙ୍କ ପ୍ରେମିକକୁ ଘରକୁ ଡାକିଥିଲେ। ଏହାପରେ ଉଭୟେ ସାଙ୍ଗ ହୋଇ ସୌରଭଙ୍କ ଗଳାକାଟି ତାଙ୍କର ହତ୍ୟା କରିଥିଲେ। ସୌରଭ ମରିଯିବା ପରେ ସେମାନେ ତାଙ୍କ ହାତ ଗୋଡ କାଟି ଏକ ଡ୍ରମ ଭିତରେ ପୁରାଇ ତା ଉପରେ ସିମେଣ୍ଟ ଚଢାଇ ଦେଇଥିଲେ। ଯେଉଁଥିପାଇଁ ଏ ପର୍ଯ୍ୟନ୍ତ ଯାଏ କେହିବି ସୌରଭଙ୍କ ମୃତ୍ୟୁର ଖବର ପାଇପାରି ନଥିଲେ ବୋଲି ମୁସ୍କାନ ପୋଲିସଙ୍କୁ ସୂଚନା ଦେଇଛି।

ତେବେ ସୌରଭ ତାଙ୍କ ଘର ଲୋକ ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ କିଛି ଜାଣିନାହାନ୍ତି। ସୌରଭ ଘରେ ମର୍ଚ୍ଚାଣ୍ଟ ନେଭିରେ କାର୍ଯ୍ୟରତ ଥିବା କଥା ନେଇ ମିଛ କହିଥିଲେ। ପ୍ରକୃତରେ ସେ ଲଣ୍ଡନ ସ୍ଥିତ ଏକ ବକରୀରେ କାମ କରୁଥିଲେ। ତେଣୁ ସେ ଏତେ ଦିନ ନିରୁଦ୍ଧିଷ୍ଟ ରହିବା ପରେ ମଧ୍ୟ ତାଙ୍କ ପରିବାର ଲୋକ ଏନେଇ ଚିନ୍ତିତ ହୋଇନଥିଲେ। ହେଲେ ସେ ଲଣ୍ଡନରୁ ମିରଟ ଫେରିବାର କିଛି ଦିନ ମଧ୍ୟରେ ତାଙ୍କ ହତ୍ୟା ହୋଇଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.