ପ୍ରମୂଖ ଖବର
  • ରାଜଧାନୀରେ ପିଲା ବିକ୍ରି ଅଭିଯୋଗ, ୬ ଅଟକ
  • ||
  • ଭିଜିଲାନ୍ସ ଜାଲରେ ବେଗୁନିଆପଡା ସିଡିପିଓ, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ଭଦ୍ରକ : ଦୁଇ ହଜାର ଲିଟର ଚୋରା ଦେଶୀ ମଦ ଜବତ, ୨ ଗିରଫ
  • ||
  • ଆନନ୍ଦପୁର : ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||
  • ରାଜ୍ୟରେ ୨୦୨୫ ଲୁଦ୍ଧା ଲାଗୁ ହେବ ଏନଇପି, ଗଠନ ହୋଇଛି ଟାସ୍କ ଫୋର୍ସ କମିଟି
  • ||
  • କରଞ୍ଜିଆ : ବାର୍ଶିଆ ଗାଁରେ ଅଘଟଣ, ନିଆଁ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

୩୦ ବର୍ଷରୁ ଅଧିକ ସମୟ ଜେଲ୍‌ରେ ଥିଲେ, ଦୋଷମୁକ୍ତ ହେବା ପରେ ମିଳିଲା ୧୦୯ କୋଟି ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ: ମିଥ୍ୟା ମାମଲାରେ ଜେଲରେ ରହିବା ଏବଂ ପରବର୍ତ୍ତୀ ସମୟରେ ନିର୍ଦେ୍ଦାଷରେ ମୁକୁଳିବା ଘଟଣା ସଂପର୍କରେ ଶୁଣିଥବେ । କିନ୍ତୁ ୩୪ ବର୍ଷ ଜେଲ୍‌ରେ ରହିବା ପରେ ଜଣେ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଯଦିଓ ସେ ଜେଲରୁ ମୁକୁଳିଛନ୍ତି ହେଲେ ଖୁସି ହେବା ପାଇଁ ତାଙ୍କ ପାଖରେ କିଛି କାରଣ ନାହିଁ । ସେ ଜେଲରେ ଥିବା ବେଳେ ତାଙ୍କ ମା’, ୪ ଭାଇ ଭଉଣୀ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କ ପତ୍ନୀ ତାଙ୍କୁ ପର କରି ଅନ୍ୟ କାହା ସହ ସଂସାର ଗଢ଼ିଛନ୍ତି । ଦୀର୍ଘ ୩ ଦଶନ୍ଧି ଧରି ଜେଲର କାଳ କୋଠରୀ ଭିତରେ ରହିଥିବା ବ୍ୟକ୍ତିଜଣଙ୍କ ପୁନର୍ଜୀବନ ପାଇଛନ୍ତି ସତ, କିନ୍ତୁ ଏବେ ତାଙ୍କ ଭିତରେ କେବଳ ଏକ ନିରାଟ ନିରବତା ହିଁ ରହିଯାଇଛି । 

ସବୁଠୁ ବଡ଼ କଥା ହେଉଛି, ବିନା ଦୋଷରେ ଜୀବନର ଅଧା ସମୟ ଜେଲ୍‌ରେ ଦେଇଥିବାରୁ ତାଙ୍କୁ ମୋଟା ଅଙ୍କର କ୍ଷତିପୂରଣ ମିଳିଛି । ଆମେରିକାରେ ଘଟିଥିବା ଏହି ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚା ସୃଷ୍ଟି କରିଛି । ମାଇକେଲ ସୁଲିଭାନ, ତାଙ୍କ ବୟସ ଏ‌ବେ ୬୪ ବର୍ଷ । ୩୪ ବର୍ଷ ପରେ ଜେଲ୍‌ରୁ ନିର୍ଦ୍ଦୋଷରେ ମୁକୁଳିଛନ୍ତି । ମାସାଚୁସେଟସ୍‌ କୋର୍ଟ ତାଙ୍କୁ ୧୯୮୬ର ହତ୍ୟା ଓ ଡକାୟତି ମାମଲାରେ ଦୋଷମୁକ୍ତ କରିଛନ୍ତି । କ୍ଷତିପୂରଣ ବାବଦରେ ତାଙ୍କୁ ୧୩ ମିଲିୟନ ଡଲାର ଏବଂ ଭୁଲବଶତଃ ଦୋଷୀ ସାବ୍ୟସ୍ତ କରିଥିବାରୁ ଅତିରିକ୍ତ ୧ ମିଲିୟନ୍‌ ଡଲାର ମିଳିଛି । 

ଜେଲରୁ ମୁକୁଳିବା ପରେ ସୁଲିଭାନ ଅତୀତକୁ ମନେ ପକାଇ ଭାବବିହ୍ବଳ ହୋଇପଡ଼ିଛନ୍ତି । ଜେଲରେ ରହିବା କେତେ କଷ୍ଟକର ସେନେଇ ବଖାଣିଛନ୍ତି। ନିଜେ ନିର୍ଦ୍ଦୋଷ ବୋଲି ଜାଣିବା ସତ୍ତ୍ୱେ ଜେଲ୍‌ରେ ରହିବା ଭାରି କଷ୍ଟ । ବନ୍ଦୀ ଜୀବନ ବିତାଇବା କେତେ କଠିନ ତାହା ସମସ୍ତେ ଜାଣିଛନ୍ତି ବୋଲି ସୁଲିଭାନ କହିଛନ୍ତି । ତେ‌ବେ ୨୦୧୨ରେ ଡିଏନଏ ଟେଷ୍ଟ ପ‌ରେ ସତ ଉପରୁ ପରଦା ଉଠିଥିଲା । ୨୦୧୩ରେ ଜେଲରୁ ମୁକୁଳିଥିଲେ ମାଇକେଲ ସୁଲିଭାନ । ଏହା ପରେ ଅନ୍ୟାନ୍ୟ କୋର୍ଟ ଏବଂ ରାଜ୍ୟ ସରକାର ପ୍ରମାଣ ଅଭାବରୁ ସୁଲିଭାନଙ୍କ ବିରୋଧରେ ମାମଲା ପୁଣି ଥରେ ଚଳାଇବାକୁ ମନା କରିଦେଇଥିଲେ  ।

୨୦୧୩ରେ ଜେଲ୍‌ର ମୁଖ୍ୟ ଦ୍ବାର ଦେଇ ବାହାରକୁ ବାହାରିବାର ମୁହୂର୍ତ୍ତ ଅତ୍ୟନ୍ତ ଦୁଃଖଦାୟକ ଥିଲା ବୋଲି ସୁଲିଭାନ କୁହନ୍ତି । ଏବେ ବାହାର ଦୁନିଆ ସହ ଚଳିବା ତାଙ୍କ ପାଇଁ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି । ସୁଲିଭାନ ତାଙ୍କର ଅନ୍ୟ ଜଣେ ଭଉଣୀ ଡୋନ୍ନା ଫାରିଆଙ୍କ ପାଖରେ ରହୁଛନ୍ତି ଏବଂ ତାଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି । ଯଦି ମୁଁ ବଞ୍ଚିନଥାନ୍ତି ତେବେ ମୋ ଭାଇ ଜେଲ୍‌ରୁ ବାହାରିବା ପରେ ଗଳିକନ୍ଦିରେ ଅସହାୟଙ୍କ ପରି ବୁଲୁଥାନ୍ତା ବୋଲି ଫାରିଆ କହିଛନ୍ତି । ସେପଟେ କ୍ଷତିପୂରଣ ବାବଦକୁ ମିଳିଥିବା ୧୪ ମିଲିୟନ୍‌ ଡଲାର ସେ ନିଜ ଭଉଣୀଙ୍କ ପୁଅ ଓ ଝିଅଙ୍କୁ ଦେବେ ବୋଲି କହିଛନ୍ତି ମାଇକେଲ ସୁଲିଭାନ ।

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.