ପ୍ରମୂଖ ଖବର
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଚଳିତବର୍ଷ ମହାକୁମ୍ଭର ବଜେଟ୍‌ ୬୩୮୨ କୋଟି ଟଙ୍କା, ୧୮୮୨ରେ ମସିହାରେ ଖର୍ଚ୍ଚ ହୋଇଥିଲା ୨୨ ହଜାର

Published By : Prameya | January 13, 2025 9:59 AM

ନୂଆଦିଲ୍ଲୀ ୧୩/୦୧: ମହାକୁମ୍ଭ ଧାର୍ମିକ ସହିତ ଆର୍ଥିକ ଦୃଷ୍ଟିକୋଣରୁ ବି ଗୁରୁତ୍ୱପୂର୍ଣ୍ଣ । ରିପୋର୍ଟ ମୁତାବକ, ୧୮୮୨ରେ ମହାକୁମ୍ଭର ଆୟୋଜନରେ ୨୦ହଜାର ୨୨୮ ଟଙ୍କା ଖର୍ଚ୍ଚ ହୋଇଥିଲା । ତତ୍କାଳୀନ ସରକାରଙ୍କୁ ୪୯ ହଜାର ୮୪୦ ଟଙ୍କାର ଟିକସ ମିଳିଥିଲା । ଅର୍ଥାତ୍‌ ମହାକୁମ୍ଭ ମେଳାରୁ ପ୍ରାୟ ୨୯,୬୧୨ ଟଙ୍କାର ଲାଭ ହୋଇଥିଲା । ଏହାପରେ ଦରଦାମ୍‌ ବୃଦ୍ଧି ଓ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଏହି ସମାରୋହ ଲାଗି ହେଉଥିବା ଖର୍ଚ୍ଚ ବି ବଢ଼ିଚାଲିଛି । ୨୦୧୯ର ଅର୍ଦ୍ଧକୁମ୍ଭମେଳାରେ ୩୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ମନି କଣ୍ଟ୍ରୋଲର ରିପୋର୍ଟ ମୁତାବକ, ୨୦୨୫ ଅର୍ଥାତ୍‌ ଚଳିତବର୍ଷ ମହାକୁମ୍ଭର ଆନୁମାନିକ ବଜେଟ୍‌ ପ୍ରାୟ ୬୩୮୨ କୋଟି ଟଙ୍କା ରହିଛି । ସେଥିମଧ୍ୟରୁ ୫୬୦୦ କୋଟି ପୂର୍ବରୁ ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ଭିତ୍ତିଭୂମି ବାବଦରେ ଆବଣ୍ଟିତ ହୋଇସାରିଛି । 

ରାଜ୍ୟ ସରକାରଙ୍କ ଆର୍ଥିକ ପରାମର୍ଶଦାତା କେଭି ରାଜୁଙ୍କ ଅନୁସାରେ ଚଳିତଥର ୪୦ କୋଟି ଶ୍ରଦ୍ଧାଳୁ ସଙ୍ଗମ ନଗରୀକୁ ଆସିବାର ଆକଳନ ରହିଛି । ଏହାଦ୍ୱାରା ଉତ୍ତରପ୍ରଦେଶରେ ୨ ଲକ୍ଷ କୋଟି ଯାଏ ଆର୍ଥିକ କାରବାର ହେବାର ଆଶା ରହିଛି । ସେହିପରି ମହାକୁମ୍ଭରେ ଶ୍ରଦ୍ଧାଳୁମାନଙ୍କୁ ଯେପରି କୌଣସି ଅସୁବିଧା ନହେବ ସେଥିଲାଗି ଦିଆଯାଇଛି ସ୍ୱତନ୍ତ୍ର ଧ୍ୟାନ । ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ଅନେକ ଗୁଡି଼ଏ ଟିମ୍‌ ଗଠନ କରିଛି । ଏହି ମେଳାରେ ସ୍ନାନ ଲାଗି ୧୭ କିମି କ୍ଷେତ୍ରରେ ଘାଟ ନିର୍ମାଣ କରାଯାଇଛି । ପ୍ରମୁଖ ଘାଟଗୁଡି଼କୁ ମିଳିଛି ନୂଆ ରୂପ । ପ୍ରାୟ ୪୦୦୦ ହେକ୍ଟରରେ ପରିବ୍ୟାପ୍ତ ଏହି ମହାକୁମ୍ଭରେ ଲୋକମାନେ ଯେପରି ଘାଟକୁ ଚିହ୍ନିପାରିବେ ସେଥିଲାଗି ସବୁ ଘାଟରେ ବିଭିନ୍ନ ପ୍ରତୀକ ଚିହ୍ନ ଲଗାଯାଇଛି । 

ପର୍ଯ୍ୟଟନ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଲାଗି ମହାକୁମ୍ଭରେ ପ୍ରଥମ ଥର ହାଇ ସ୍ପିଡ୍‌ ବୋଟ୍‌ର ସୁବିଧା ଉପଲବ୍ଧ କରାଯିବ । ଏହାଦ୍ୱାରା କେବଳ ଯେ ତ୍ରିବେଣୀ ସଙ୍ଗମ ଯାଏ ପହଞ୍ଚିବାର ସମୟ କମିବ ତା’ ନୁହେଁ, ସେମାନେ ପରମ୍ପରା ସହିତ ଆଧୁନିକତା ସହ ବି ଯୋଡ଼ିହେବେ । ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ହାଇ ସ୍ପିଡ୍‌ ବୋଟ୍‌ର ଲାଭ ଉଠାଇପାରନ୍ତି ବୋଲି ଆଶା କରାଯାଉଛି । ବୋଟ୍‌ରେ ଭିଭିଆଇପିଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିରେ ନାଭିଗେସନ୍‌ ମ୍ୟାପ୍‌ ଡିଭାଇସ୍‌ ବି ଲାଗିଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.