ନରସିଂହପୁର, ୭/୬ : କଟକ ଜିଲ୍ଲା ନରସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଲୁଟ୍। ସ୍କୁଲ୍ ତାଲା ଭାଙ୍ଗି ଆସବାବପତ୍ର ଚୋରି କରିବା ସହ ସିଡ଼ି ଭାଙ୍ଗିଦେଲେ ଦୁର୍ବୃତ୍ତ। ବିଦ୍ୟୁତ୍ ତାର ମଧ୍ୟ କାଟି ଦେଇଥିବା ଅଭିଯୋଗ ଆସିଛି।
ସୂଚନାନୁଯାୟୀ, ନରସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଚେରୀ ନଥିବାରୁ ଅନେକ ସମୟରେ ଦୁର୍ବୃତ୍ତମାନେ ସ୍କୁଲରେ ପଶି ଆସବାବପତ୍ର ଚୋରି କରି ନେଉଛନ୍ତି। ସ୍କୁଲର ଅନେକ ଜିନିଷ ମଧ୍ୟ ଭାଙ୍ଗିରୁଜି ଦେଉଛନ୍ତି। ବିଦ୍ୟାଳୟ ପକ୍ଷରୁ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ ହୋଇଥିଲେ ବି ଫଳ ଶୂନ। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ପାଚେରୀ ନିର୍ମାଣ କରିବା ପାଇଁ ଦାବି ଜୋର୍ ଧରିଛି।