ସମ୍ବଲପୁର, ୭/୬ : ଦେଶରୁ ନକ୍ସଲବାଦ ମୂଳପୋଛ କରିବାକୁ ଚାଲିଛି ଜୋରଦାର୍ ଅପରେସନ୍। ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ ନିପାତ କରୁଛନ୍ତି ସୁରକ୍ଷାକର୍ମୀ। ଘଞ୍ଚ ଜଙ୍ଗଲରେ ବି ଆଉ ସୁରକ୍ଷିତ ନାହାଁନ୍ତି ମାଓବାଦୀ। ଅସ୍ତିତ୍ଵ ବଞ୍ଚାଇବାକୁ କରୁଛନ୍ତି ଶେଷ ସଙ୍ଘର୍ଷ। ଲୁଚିବାକୁ ଏବେ ଖୋଜୁଛନ୍ତି ନୂଆ ଠିକଣା। ଛତିଶଗଡ଼ ଜଙ୍ଗଲରୁ ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ଏବେ ଓଡ଼ିଶା ମୁହାଁ। ସମ୍ଵଲପୁର ଚାରମାଳ ଜଙ୍ଗଲରେ ମାଓବାଦୀ ଲୁଚିଥିବା ସନ୍ଦେହ। ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ମାଓବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଜୋରଦାର୍ ସର୍ଚ୍ଚ ଅପରେସନ କରାଯାଉଛି। ଅର୍ଦ୍ଧ ସାମରିକ ବାହିନୀ ଏବଂ ଏସଓଜିଙ୍କୁ ନେଇ କୁମ୍ଵିଂ ଅପରେସନ ଚାଲିଛି।

୨୧ରୁ ୧୧ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ, ଓଡ଼ିଶା ଗସ୍...