ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିବ ବାରବାଟୀ ଦୁର୍ଗ, ୫୦ କୋଟି ଖର୍ଚ୍ଚରେ ପାଇବ ନୂଆ ରୂପ

Published By : Prameya | June 7, 2025 3:13 PM

କଟକ,୦୭/୦୬: ନୂଆ ରୂପ ନେବ ବାରବାଟୀ  ଦୁର୍ଗ । ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ରହିବ ଅନେକ ସୁବିଧା । ଐତିହ୍ୟକୁ ସୁରକ୍ଷା ଦେଇ କରାଯିବ  ସମସ୍ତ ଉନ୍ନତିକରଣ । ଯାହାଦ୍ୱାରା ପର୍ଯ୍ୟଟନ ସ୍ଥଳ କ୍ଷେତ୍ର  ମଧ୍ୟରେ ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିବ ବାରବାଟୀ ଦୁର୍ଗ ।  ଏଭଳି କିଛି ଯୋଜନା ସହ ୫୦ କୋଟି ବ୍ୟୟବରାଦ  କରିବାକୁ ଯୋଜନା କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ ।  ଉନ୍ନତିକରଣ ତଥା ନୂଆ ରୂପରେଖ ପାଇଁ ଖୁବ୍‌ ଶୀଘ୍ର  ଡିପିଆର୍‌ ପ୍ରସ୍ତୁତ କରାଯିବ । ଏନେଇ ବିଭାଗ ପକ୍ଷରୁ  ସ୍ୱତନ୍ତ୍ର ଆର୍କିଟେକ୍‌ଙ୍କ ଦ୍ୱାରା ଡିପିଆର୍‌ ପ୍ରସ୍ତୁତ କରିବା  ପାଇଁ ଆଜି ଟେଣ୍ଡର୍‌ ଡକାଯାଇଛି । ତେବେ ଗୋଟିଏ ପଟେ  ଏହାକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଉଥିଲାବେଳେ ଅନ୍ୟପଟେ ଏଥିରେ ଏଏସ୍‌ଆଇର ଅନୁମତି କେଁ  ଏଯାବତ୍‌ ଦୂର ହୋଇପାରିନାହିଁ । 

କଟକ ପରିଚୟ ହେଉଛି ବାରବାଟୀ ଦୁର୍ଗ । ରୌପ୍ୟନଗରୀର  ଇତିହାସକୁ ଆଜି ବି ବଖାଣୁଛି ଏହି  ଦୁର୍ଗ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ଏହି  ଦୁର୍ଗ ଦିନକୁ ଦିନ ଅବହେଳିତ  ଅବସ୍ଥାରେ ରହିଛି । ଯଦିଓ  ଏହାକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ  ପର୍ଯ୍ୟଟନ ଆସୁଛନ୍ତି କିନ୍ତୁ ବିପର୍ଯ୍ୟସ୍ତ କାରଣରୁ ଏଥିରୁ  ଧୀରେ ଧୀରେ ମୁହଁ ମୋଡୁଛନ୍ତି । ଗୋଟିଏ ପଟେ  ଗଡ଼ଖାଇ ପଙ୍କରେ ପୋତି ହେଉଥିଲାବେଳେ ଅନ୍ୟ  ପଟେ ବାରବାଟୀ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ଖୋଲିପାରୁନି ।  ଏଭଳି ସ୍ଥିତିରେ ସିଏମ୍‌ସିରୁ ନେଇ ଜିଲ୍ଲା ପ୍ରଶାସନ  ସମସ୍ତେ ଅନେକ ଥର ଏହାର ଉନ୍ନତିକରଣ ପାଇଁ  ଘୋଷଣା କରୁଥିଲେ ମଧ୍ୟ ତାହା ଏଏସ୍‌ଆଇ ଅନୁମତି  କେଁ ପାଇଁ କେବଳ କାଗଜକଲମରେ ସୀମିତ ରହିଛି । ଏହା ମଧ୍ୟରେ ପୁଣି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ  ବାରବାଟୀ ଦୁର୍ଗର ଉନ୍ନତିକରଣ ପାଇଁ ନୂଆ ଯୋଜନା  କରାଯାଇଛି । ଏହାକୁ ନୂଆ ରୂପ ଦେବାକୁ ପର୍ଯ୍ୟଟନ  ବିଭାଗ ୫୦କୋଟି ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦେଇଛି ।  ଏଥିପାଇଁ ସ୍ୱତନ୍ତ୍ର ଡିପିଆର୍‌ ପ୍ରସ୍ତୁତ କରାଯିବ । ଏନେଇ ଡକାଯାଇଥିବା ଟେଣ୍ଡର୍‌ ଆସନ୍ତା ୧୭ ତାରିଖରେ  ଖୋଲାଯିବ । ପରେ ଏ ଦିଗରେ କାର୍ଯ୍ୟ ଆରମ୍ଭ ହେବ ।  

ଏହାମଧ୍ୟରେ ପୂର୍ବରୁ ଅନେକ ଥର ଏଭଳି କାର୍ଯ୍ୟ  ହୋଇଥିଲାବେଳେ ଶେଷ ସମୟରେ ଏଏସ୍‌ଆଇ ବିଭିନ୍ନ  ଆଳରେ କାର୍ଯ୍ୟ କରିବାକୁ ମନା କରିଦେଇଛି । ବର୍ତ୍ତମାନ ୫୦କୋଟିର ରୂପରେଖ ପ୍ରସ୍ତୁତ ପାଇଁ ପ୍ରସ୍ତାବ ହୋଇଛି,  ତାହାପରେ ଏଏସ୍‌ଆଇରୁ ଅନୁମତି ଅଣାଯିବ । ଯଦି  ଅନୁମତି ମିଳେ ତେବେ ସୁନିଶ୍ଚିତ କଟକର ପର୍ଯ୍ୟଟନ  ସ୍ଥଳ କ୍ଷେତ୍ରର ବାରବାଟୀ ଦୁର୍ଗ ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିବ  ବୋଲି ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.