ଠାକୁରମୁଣ୍ଡା,୭/୬ : ସଡ଼କ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ । ଏଭଳି ଏକ ଘଟଣା ଘଟିଛି ଠାକୁରମୁଣ୍ଡାରୁ ୨ କିମି ଦୂର ନୁଆସାହି ରାସ୍ତାରେ । ରାସ୍ତା କଡ଼ ସିମେଣ୍ଟ ଖୁଣ୍ଟିକୁ ବାଇକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକର ମୃତ୍ୟୁ ହୋଇଛି । ମୃତକ ହେଲେ ଚମ୍ପାଝର ପଞ୍ଚାୟତ ଦିଲିଗଞ୍ଜ ଗ୍ରାମର ଜୟରାମ ପିଙ୍ଗୁଆ(୩୨) । ବାଇକରେ ଥିବା ଅନ୍ୟ ୨ ଆରୋହୀ ଗୁରୁତର ହୋଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି l
ପ୍ରକାଶ ଯେ, ଜୟରାମ, ରାମ କାଣ୍ଡେଙ୍କେଲ (୨୩)ଓ ବେତ ଖୁଣ୍ଟିଆ (୨୨) ଗୋଟିଏ ବାଇକରେ ଅପରାହ୍ନ ୫ଟା ସମୟରେ ଠାକୁରମୁଣ୍ଡା ଆସୁଥିଲେ l ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ସିମେଣ୍ଟ ଖୁଣ୍ଟିକୁ ଆଘାତ କରି ପଡ଼ି ଯାଇଥିଲେ l ଜୟରାମ ପିଙ୍ଗୁଆର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା l ସମସ୍ତଙ୍କୁ ୧୦୮ଆମ୍ବୁଲାନ୍ସରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l