ସୁନ୍ଦରଗଡ଼,୭/୬ : ସୁନ୍ଦରଗଡ଼ ଭଷ୍ମା ଥାନା ଅନ୍ତର୍ଗତ ରାଏଡିହି ଜଙ୍ଗଲରୁ ଜଣେ ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ହେମଗିରି ଥାନା ଅନ୍ତର୍ଗତ ବିହାଯୋର ଗ୍ରାମର ରଙ୍କ ନିଧି ଓରାମ(୪୩) ବୋଲି ଜଣା ପଡିଛି ।
ସୂଚନା ଅନୁସାରେ , ମୃତ ରଙ୍କ ଗତକାଲି ସକାଳେ ଘରୁ ରାଏଡିହି ଯାଉଛି କହି ବାହାରିଥିଲେ । ସନ୍ଧ୍ୟା ହେବାରୁ ରଙ୍କ ଘରକୁ ନ ଫେରିନଥିଲେ । ଫଳରେ ତାଙ୍କ ସ୍ତ୍ରୀ ଭଣଜା ନନ୍ଦ ଲାଲଙ୍କୁ ତୁମ ମାମୁଁ ରାଏ ଡିହ ଯାଉଛି କହି ଗଲେ ଏ ଯାଏଁ ଆସି ନାହାଁନ୍ତି ଯାଅ ଦେଖି ଆସିବ ବୋଲି କହିବାରୁ ଭଣଜା ମାମୁଁକୁ ଖୋଜିବାକୁ ବାହାରିଲେ । ଭଣଜା ରାଏଡିହି ପହଞ୍ଚିବା ପୂର୍ବରୁ ରହିଥିବା ଜଙ୍ଗଲର ରାସ୍ତା କଡ଼ରେ ମାମୁଁ ପଡ଼ିଥିବା ଦେଖିବାକୁ ପାଇଥିଲେ । ମାମୁଁ ରଙ୍କଙ୍କୁ କେହି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଜାଣି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।