କଟକ,୭/୬ : ତେଲେଙ୍ଗାପେଣ୍ଠଠାରେ ଆଜି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଦେଖାଇଛନ୍ତି ମାନବିକତା ।
ସୂଚନା ଅନୁସାରେ, ଅନନ୍ତ କୁମାର ସାହୁ ନାମକ ଜନୈକ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ଓ ସେମାନଙ୍କର ଦୁଇ ପିଲା ରାସ୍ତା କଡ଼ରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ସମୟରେ ଡକ୍ଟର ମହାପାତ୍ର ସେହି ଅଞ୍ଚଳ ଦେଇ ଯାଉଥିଲେ । ଏହା ଦେଖିବା ପରେ ମନ୍ତ୍ରୀ ତୁରନ୍ତ ତାଙ୍କ ଗାଡ଼ିକୁ ଅଟକାଇଥିଲେ ଏବଂ ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।
ସେ ତାଙ୍କର ଏକ ଏସ୍କର୍ଟ ଗାଡ଼ିରେ ପୀଡ଼ିତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା କରିଥିଲେ। ଆହତମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଡକ୍ଟର ମହାପାତ୍ର ଉପସ୍ଥିତ ଅଧିକାରୀ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।