କଟକ, ୭।୬ : କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ । ମହିଳା ମହାବିଦ୍ୟାଳୟର ନୂଆ କୋଠା କାମ ଚାଲିଥିଵା ବେଳେ କୋଠାରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟ ହୋଇଛି। ନିର୍ମାଣାଧୀନ ଛଅ ମହଲା କୋଠାର ଛାତ କାମ ଚାଲୁଥିବା ବେଳେ ଛଅ ମହଲା ଉପରୁ ତଳକୁ ପଡି ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି ।ମୃତ ଶ୍ରମିକଙ୍କ ନାଁ ସୁଜୟ କୁମାର (୨୦)। ତାଙ୍କ ଘର ବିହାରରେ ହୋଇଥିବା ସୂଚନା ମିଳିଛି।
ସୁଜୟ ଛଅ ତାଲା ଉପରୁ ଲୁହାରଡ଼ ବାନ୍ଧୁଥିବା ସମୟରେ ତଳକୁ ପଡିଯାଇଥିଲେ।ପରେ ଗୁରୁତର ଅବସ୍ଥାରେ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶରୀରକୁ କଟକ ଏସସିବି ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ୍। ତେବେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ନାଁ ନାହିଁ ,ସେ ସମ୍ପର୍କରେ ପୋଲିସ ଅନୁଧ୍ୟାନ କରୁଛି।