ଭୁବନେଶ୍ବର, ୭/୬ : ସକାଳ ୭ ଟା ୩୦ରୁ ତାତି। ଅସ୍ତ ବ୍ୟସ୍ତ କରୁଛି ଗରମ ଗୁଳୁଗୁଳି । ଅଧିକ ବାହାରେ ବୁଲିଲେ ମୁଣ୍ଡ ବୁଲେଇ ହୋଇ ପଡ଼ୁଛି । ରାଜ୍ୟରେ ଏବେ ବ୍ରେକ୍ ମନସୁନର ସ୍ଥିତି ଜାରୀ ରହିଥିବା ବେଳେ ଜଳୀୟ ବାଷ୍ପ ମଧ୍ୟ ରହୁଛି ପ୍ରଭାବରେ ଏଭଳି ସ୍ଥିତି ଅନୁଭୂତ ହେଇଛି। ଆସନ୍ତା ୩ ଦିନ ଯାଏଁ ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବର୍ତ୍ତି ଅଞ୍ଚଳ । ଆସନ୍ତା ୨୪ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର , ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଅଧିକ ଗୁଳୁଗୁଳି ଅନୁଭୁତ ହେବ । ଏଥିସହ ଉଷ୍ମ ଆଦ୍ରତା ସ୍ଥିତି ଅନୁଭୂତ ହେବ । ଏ ନେଇ ଏ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ହେବ ବୋଲି କହିଛି ପାଣିପାଗ କେନ୍ଦ୍ର । ହାଲକାରୁ ମଧ୍ୟମ ଧରଣର ବର୍ଷା ସହ କେତେକ ସ୍ଥାନରେ ଝଟକା ପବନ ମଧ୍ୟ ଅନୁଭୂତ ହେବ। ଏ ନେଇ ଆସନ୍ତା ୨୪ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଗୋଟେ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ଝଟକା ପବନ ଘଂଟା ପ୍ରତି୩୦_୪୦ କିଲୋମିଟର ରହିବ । ଆସନ୍ତାକାଲି ଗଂଜାମ , ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର ।
ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୯ ରୁ ପବନର ଦିଗ ବଦଳିବ । ପାଗରେ ପରିବର୍ତ୍ତନ ଆସିବ । ୧୦ ତାରିଖରେ ଉପକୁଳ ସମେତ ଉତ୍ତର ଓଡ଼ିଶାରେ ବର୍ଷା ହେବ । ୧୧ ରୁ ତାପମାତ୍ରା କମିବ । ୧୨ରୁ ତାପମାତ୍ରା ପ୍ରାୟ କମିଯାଇ ପାରେ। ୧୩ ରୁ ସାରା ଓଡ଼ିଶାରେ ତାପମାତ୍ରା କମିଯିବ । ୩୨_୩୩ ଡିଗ୍ରୀ ସେଲସିୟସ ତାପମାତ୍ରା ମଧ୍ୟରେ ରହିବ । ମଡେଲ ଅନୁସାରେ ୧୧_୧୩ ଯାଏଁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇ ପାରେ । ଉତ୍ତର ଓଡ଼ିଶାରେ ୧୫ ତାରିଖ ରାତିରୁ ବର୍ଷା ବଢ଼ିବ। ୧୬/୧୭ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଲଘୁଚାପର ରୂପ ମଧ୍ୟ ନେଇ ପାରେ । ପ୍ରଭାବରେ ଉପକୁଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ହେବ । ବର୍ତମାନ ୱେଷ୍ଟ ବେଙ୍ଗଲରୁ ଝାଡ଼ଖଣ୍ଡ ଦେଇ ଦକ୍ଷିଣ ଓଡ଼ିଶାରେ ଏକ ଟ୍ରପ୍ ଲାଇନ୍ ଥିବାରୁ ଏହାରି ପ୍ରଭାବରେ ଅପରାହ୍ନ ରେ ଆଜି ବର୍ଷା ହୋଇ ପାରେ । ଆଜି ଏବଂ ଆସନ୍ତା କାଲି ହିଁ କେବଳ ଖରାର ପ୍ରକୋପ ରହିବ । ଧିରେ ଧିରେ ୧୦ ରୁ ପାଗ ବଦଳିବ ।