ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଖୋଲିବ କି ବିସ୍ଫୋରକ ଲୁଟ୍ ଗୁମର ? ଗୋଦାମ ମାଲିକ ଶ୍ରବଣ ଓ ପତ୍ନୀଙ୍କୁ ମାରାଥନ ଜେରା

Published By : Manoj | June 7, 2025 10:36 AM

ରାଉରକେଲା,୦୭/୦୬: ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଶୁକ୍ରବାର ସଂଧ୍ୟାରେ ରଘୁନାଥପାଲି ଥାନାରେ ମୁହାଁମୁହିଁ ଜେରା କରିଛି ପୁଲିସ୍‌ । ନିକିତାଙ୍କୁ  ଗୁରୁବାର ଥାନାରେ ହାଜର ହେବା ଲାଗି ପୁଲିସ୍‌ ନୋଟିସ ଜାରି କରିଥିଲା । ମାତ୍ର ସେ ଆସିନଥିଲେ ।  ହେଲେ ଶୁକ୍ରବାର ସଂଧ୍ୟା ନିକିତା ଥାନାରେ ପହଞ୍ଚିଥିଲେ । ବଡ଼ଗାଁ ଇତ୍‌ମାରେ ଥିବା ଗୋଦାମ  ନିକିତାଙ୍କ ନାମରେ ରହିଛି । ଗୋଦାମ ସିଲ୍‌  ଥିବା ସତ୍ତେ୍ୱ ଦୁଇଟି ବିସ୍ଫୋରକ ବୋଝେଇ ଗାଡ଼ି  କିପରି ବାହାରିଲା ଓ ଦେଓଗାଁ ସ୍ଥିତ ପେଟ୍ରୋଲ  ପମ୍ପ୍‌ ପାର୍କିଂକୁ କିଭଳି ଗଲା ଏବଂ କାହିଁକି ପାର୍କିଂ କରାଯାଇଥିଲା ସେ ନେଇ ପୁଲିସ୍‌ ଶ୍ରବଣ ଓ  ନିକିତାଙ୍କୁ ସାମ୍ନା ବସାଇ ଜେରା କରିଥିବା ସୂଚନା  ମିଳିଛି । ଶୁକ୍ରବାର ସକାଳେ ଅନ୍ୟ ବରିଷ୍ଠ  ପୁଲିସ୍‌ ଅଧିକାରୀମାନେ ଶ୍ରବଣଙ୍କୁ ପଚରାଉଚରା  କରିଥିଲେ । 

ଏଠାରେ  ସୂଚନା ଯୋଗ୍ୟ ଯେ, ଗତ ୩ ତାରିଖରେ  ରଘୁନାଥପାଲି ପୁଲିସ୍‌  ଶ୍ରବଣ ଓ ଗାଡ଼ି ଚାଳକ  ବିର୍ସା ସାମଦଙ୍କୁ ଗିରଫ  କରି କୋର୍ଟ ଚାଲାଣ  କରିଥିଲା । ଏସ୍‌ଡିଜେଏମ୍‌  କୋର୍ଟରେ ସେମାନଙ୍କ  ଜାମିନ୍‌ ନାମଞ୍ଜୁର ହେବାରୁ ଦୁହିଁଙ୍କୁ ବିଚାର  ବିଭାଗୀୟ ହାଜତକୁ ପୁଲିସ୍‌ ପଠାଇ ଦେଇଥିଲା । ୪  ତାରିଖରେ ଶ୍ରବଣଙ୍କୁ ଏକ ସପ୍ତାହ ପାଇଁ ରିମାଣ୍ଡରେ  ଆଣିବା ଲାଗି ପୁଲିସ୍‌ ପକ୍ଷରୁ କୋର୍ଟରେ ଆବେଦନ  କରାଯାଇଥିଲା । କୋର୍ଟ ମାତ୍ର ୨ ଦିନ ରିମାଣ୍ଡ  ଦେଇଥିଲେ । ଫଳରେ ଗୁରୁବାର ଠାରୁ ଶ୍ରବଣଙ୍କୁ  ଥାନାକୁ ଆଣି ପୁଲିସ୍‌, ଏସ୍‌ଆଇଟି ଓ ଜିଏସ୍‌ଟିର  ଅଧିକାରୀମାନେ ମାରାଥନ ଜେରା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.