ପ୍ରମୂଖ ଖବର
  • ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ, ଆଜି ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଦୋକାନୀକୁ ହାଣିଲେ, ଲୁଟିନେଲେ ୬ ଲକ୍ଷ ଟଙ୍କାର ସୁନା ଗହଣା

Published By : Prameya | March 17, 2025 11:22 PM

ଭଦ୍ରକ,୧୭।୩ ;  ଦୋକାନ ବନ୍ଦ କରି ଫେରିବା ବେଳେ ସୁନା ଦୋକାନୀକୁ ହାଣିଲେ ଦୁର୍ବୃତ୍ତ । ଲୁଟି ନେଲେ ୬ ଲକ୍ଷ ଟଙ୍କାର ସୁନା ଗହଣା । ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ କାଉପୁରରେ ଏଭଳି ଘଟଣା ଘଟିଛି । ଏଥିରେ ଦୋକାନୀ ଜଣକ ଗୁରୁତର ହୋଇଛନ୍ତି। 

ସୁନା ଦୋକାନୀ ଅଜୟ ସାହୁ ଦୋକାନ ବନ୍ଦ  କରି  ଘରକୁ ଯାଉଥିଲେ । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଲୁଟେରା ଆସି ଅଜୟଙ୍କୁ ଏକ ନିକାଞ୍ଚନ ଜାଗାରେ ଆକ୍ରମଣ କରିଥିଲେ। ତାଙ୍କ ହାତକୁ  ହାଣିବା ସହ ୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ଗୁରୁତର ଅବସ୍ଥାରେ ଅଜୟଙ୍କୁ  ପୋଲିସ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.