ବାରିପଦା, ୧୭୩ : ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣୀ ଘାଟିରେ ଦୁର୍ଘଟଣା। ଘାଟିରେ ଚାଲିଗଲା ୨ ଜୀବନ । ବୁଲେଟକୁ ଧକ୍କା ଦେଲା ଟ୍ରକ୍ । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକ ବହଳଦା ବ୍ଲକ ଅଞ୍ଚଳର ବାପା ଓ ପୁଅ ।
ଏକ ବୁଲେଟରେ ବହଳଦା ବ୍ଲକ ଅଞ୍ଚଳର ବାପା ଓ ପୁଅ ବିଶୋଇ ଆଡ଼କୁ ଯାଉଥିଲେ। ଦ୍ବାରଶୁଣୀ ଘାଟି ନିକଟରେ ଏକ ଟ୍ରକ ବୁଲେଟକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟ ବାପା-ପୁଅଙ୍କ ମୃତ୍ୟୁ ହୋଇଛି। ଟ୍ରକଟି ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ମୃତଦେହ ଜବତ କରି ବ୍ୟବଛେଦ ପାଇ ପୋଲିସ ପଠାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।