ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Published By : Prameya | March 18, 2025 7:32 AM

ଭୁବନେଶ୍ୱର,୧୮/୦୩:  ସାମାନ୍ୟ କମିଲା ସୋମବାର ।  ବୁଧବାରଠାରୁ ଆହୁରି କମିବ । ବଢ଼ିବ  କାଳବୈଶାଖୀ । ଆଣିବ ତାତିରୁ ଆଶ୍ୱସ୍ତି । ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ  ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିପାରେ । 

ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ  ପ୍ରକୋପ ହାଲୁକା କମିଛି ବିଭିନ୍ନ  ସ୍ଥାନରେ । ମାତ୍ର ବୌଦ୍ଧ ବି  ସବୁଠୁ ଉତ୍ତପ୍ତ ଥିଲା, ୪୩.୫  ଡିଗ୍ରୀ ସେଲସିୟସ୍‌ ତାଉରେ ।  ବରଗଡ଼ ୪୨, ଅନୁଗୁଳ ୪୦.୭,  ମାଲକାନଗିରି ୪୦.୨ ଡିଗ୍ରୀ ତାତିରେ  ଛଟପଟ ହୋଇଥିଲା । ଏହି ୪ ସହର ସମେତ ରାଜ୍ୟର ୧୩ଟି ସହରରେ  ପାରଦ ୩୯ ଡିଗ୍ରୀ ଉପରେ ଥିଲା । 

ଭୁବନେଶ୍ୱର ପାଣିପାଗ କେନ୍ଦ୍ର  ନିର୍ଦ୍ଦେଶିକା ମନୋରମା ମହାନ୍ତି  କହିଛନ୍ତି, ୧୯ ତାରିଖରୁ କାଳବୈଶାଖୀ  ପ୍ରଭାବ କ୍ରମଶଃ ବଢ଼ିବ । ରାଜ୍ୟରେ  କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା  ୩ରୁ ୫ ଡିଗ୍ରୀ କମିପାରେ । ତେବେ  ମଙ୍ଗଳବାର କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ  ପ୍ରକୋପ ରହିପାରେ । 

ପାଣିପାଗ ପୂର୍ବାନୁମାନ ହେଲା,  ମଙ୍ଗଳବାର ଝାରସୁଗୁଡ଼ା ଓ ବୌଦ୍ଧରେ  ଗ୍ରୀଷ୍ମ ଲହରୀ ଜାରି ରହିବ । ଏଥିପାଇଁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।  ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ ଓ  କଳାହାଣ୍ଡିରେ ଗ୍ରୀଷ୍ମ ଲହରୀ ନେଇ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବୁଧବାର  କେବଳ ବୌଦ୍ଧ ଓ ଝାରସୁଗୁଡ଼ାରେ  ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ ।  

ଅନୁମାନ କରାଯାଉଛି, ମଙ୍ଗଳବାର  କେନ୍ଦୁଝର, ମୟୂରଭଞ୍ଜରେ ଘଡ଼ଘଡ଼ି  ସହ ହାଲୁକା ବର୍ଷା ହୋଇପାରେ ।  ବୁଧବାର ସୁନ୍ଦରଗଡ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,  ଯାଜପୁର, ଢେଙ୍କାନାଳରେ ହାଲୁକାରୁ ମଧ୍ୟମ  ବର୍ଷା ସହ କିଛି ଜାଗାରେ ବଜ୍ରପାତ ଏବଂ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା  ଅଛି । 

ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼,  ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ,  କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ  ଏବଂ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ୪୦ରୁ ୫୦  କିମି ବେଗରେ ପବନ ଏବଂ ଧୂଳିଝଡ଼ ଆଶଙ୍କା  ଅଛି । ୧୧ ଜିଲ୍ଲାରେ ଘଡ଼ଘଡ଼ି ନେଇ ସତର୍କ ସୂଚନା  ଜାରି ହୋଇଛି । ଶୁକ୍ରବାର କାଳବୈଶାଖୀ ଆହୁରି  ବଢ଼ିବ । ଉତ୍ତର, ଉପକୂଳ ସହ ପଶ୍ଚିମରେ ବି  ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ପବନ ବେଗ ୫୦-୬୦ କିମି ରହିପାରେ । 

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ସୋମବାର  ଖୋର୍ଦ୍ଧା, ସୋନପୁର, ବଲାଙ୍ଗିର, ଭବାନୀପାଟଣା,  ତାଳଚେର, ହୀରାକୁଦ, ସୁନ୍ଦରଗଡ଼, ସମ୍ବଲପୁର,  ଝାରସୁଗୁଡ଼ାରେ ପାରଦ ୩୯ ଡିଗ୍ରୀ ପାର୍‌ କରିଥିଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.