ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

Published By : Prameya | March 11, 2025 4:45 PM

ଉଦଳା,୧୧।୩  ଗ୍ରାମରେ ଚାଲିଥିଲା ଯାତ୍ରା। ଯାତ୍ରା ଦେଖିବା ପାଇଁ ଯାଇଥିଲେ ସମସ୍ତ ପରିବାର ସଦସ୍ୟ। ଆଉ ଏପଟେ ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ବୁଲାଇଲେ କଳାକନା। ଉଦଳା ଥାନା ଡ଼ିହିରାକୁଳ ଗ୍ରାମରେ ଘଟିଯାଇଛି ଏଭଳି ଲୁଟ। 

ଗ୍ରାମର ଆଦିକନ୍ଦ ହାତୀଙ୍କ ପରିବାର ସଦସ୍ୟ ସୋମବାର ରାତିରେ ଯାତ୍ରା ଦେଖିବାକୁ ଯାଇଥିଲେ। ମଙ୍ଗଳବାର ସକାଳେ ପରିବାର ଲୋକେ ଘରକୁ ଫେରିବା ପରେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ। ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଦୁର୍ବୃତ୍ତମାନେ ଘର ମୁଖ୍ୟ ଫାଟକ ତାଲା ଭାଙ୍ଗି ଘରେ ପଶିବା ସହ ଗୋଦରେଜ ଭାଙ୍ଗି ସେଥିରେ ଥିବା ୫୦ ହଜାରରୁ ଅଧିକ ନଗଦ ଟଙ୍କା ସହିତ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.