ପ୍ରମୂଖ ଖବର
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ସରିଲା ଆଡ଼ପମଣ୍ଡପ ଲୀଳା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ୧୨ଟାରେ ପହଣ୍ଡି
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ, ପୁରୀରେ ମଧ୍ୟମ ଧରଣର ବର୍ଷା ହୋଇପାରେ
  • ||

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ

Published By : Harapriya Sethi | March 15, 2025 11:51 AM

ଭୁବନେଶ୍ୱର,୧୫/୦୩: ପାରିବାରିକ କଳହରେ ଗଡ଼ିଲା ମୁଣ୍ଡ । ସ୍ୱାମୀର ପରକିୟା ପ୍ରୀତି ସନ୍ଦେହରେ ଚାଳିଗଲା ସ୍ତ୍ରୀର ଜୀବନ । ସ୍ତ୍ରୀକୁ ମାରି ମୃତଦେହକୁ ରାତିସାରା ଜଗି ରହିଲା ରାକ୍ଷସ ସ୍ୱାମୀ । ମୃତ ମହିଳା ହେଲେ ୨୪ ବର୍ଷୀୟା ସବିତା ଭୋକ୍ତା ଏବଂ ଅଭିଯୁକ୍ତ ପୁରୁଷ ହେଲେ ୨୮ବର୍ଷୀୟ ଫୋତଲ ଭୋକ୍ତା । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଏଭଳି ଘଟଣା ଘିଟିଛି । 

ସୂଚନା ମୁତାବକ, ଶୁକ୍ରବାର ବିଳମ୍ୱିତ ରାତିରେ ଖାଇ ସାରିବା ପରେ ଅଭିଯୁକ୍ତ ସ୍ୱାମୀ ତାଙ୍କ ପ୍ରେମିକା ସହ କଥା ହେଉଥିବା ସନ୍ଦେହ କରିଥିଲେ ପତ୍ନୀ ସବିତା । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଧିରେ ଧିରେ ଏହି ଯୁକ୍ତିତର୍କ ଉଗ୍ର ରୂପ ନେଇଥିଲା । ଶେଷରେ ପତ୍ନୀକୁ ଏକ କାଠ ଫାଳିଆରେ ପିଟି ଚାଲିଲା ନିଷ୍ଠୁର ସ୍ୱାମୀ । ଫଳରେ ମହିଳା ଜଣକ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ହତ୍ୟା କରିବା ପରେ ସାରା ରାତି ପତ୍ନୀଙ୍କ ମୃତଦେହକୁ ଜଗି ବସିଥିଲା ସ୍ୱାମୀ । ଏହି ଘଟଣା ସମ୍ପର୍କରେ ଖବର ପାଇ ଚାନ୍ଦୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ସେଠାରେ ପହଞ୍ଚି ହତ୍ୟାକାରୀ ସ୍ୱାମୀକୁ ଅଟକ ରଖିଛି । ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ଚାନ୍ଦୁଆ ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.