ବରଗଡ଼,୩୦/୦୩: ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ। ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବଡ଼ ବଡ଼ କୋଠା। ଜଦଖଲରେ ଥିବା ଦୋକାନ ଏବଂ ଘର ଗୁଡିକୁ ଭଙ୍ଗା ଯାଉଛି। ଉଚ୍ଛେଦ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ୧୬୩ ଜାରି କରାଯାଇଛି। ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଏବଂ ପୌର ପ୍ରଶାସନ ଉପସ୍ଥିତ ରହିବା ସହ ୧୨୦ ପୁଲିସ୍ ଅଧିକାରୀ ମୁତୟନ ହୋଇଛନ୍ତି।
ସୂଚନାନୁସାରେ, ଆଜି ସକାଳୁ ବରଗଡ଼ ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶେଷ ହେଲାଯାଏ ସମ୍ପୃକ୍ତ ଅଂଚଳରେ ୧୬୩ ଧାରା ଜାରି ରହିବ। ସେହିଭଳି ଉଚ୍ଛେଦ ପ୍ରକ୍ରୀୟାକୁ ଅତି କମ ସମୟରେ ଶେଷ କରିବା ପାଇଁ ଅଧିକରୁ ଅଧିକ ସଂଖ୍ୟାରେ ବୁଲଡ୍ରୋଜର, ଜେସିବି ଓ ହାଇଡ୍ରା ନିୟୋଜିତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୨୦ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏସପିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିଛନ୍ତି। ସନ୍ଧ୍ୟା ସୁଦ୍ଧାର କାମ ସାରିବାକୁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଲକ୍ଷ୍ୟ ରଖିଛନ୍ତି।