ପ୍ରମୂଖ ଖବର
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ

ଭୋଗରାଇ,୧୪/୧୦: ୬ ଦଫା ଦାବି ନେଇ ଭୋଗରାଇରେ ଲକ୍ଷ୍ମୀ ବସ ଡ୍ରାଇଭରଙ୍କ ଆନ୍ଦୋଳନ । ଲକ୍ଷ୍ମୀବସ ଚଳାଚଳ ଠପ । ଯାତ୍ରୀ ହନ୍ତସନ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଭୋଗରାଇ ବ୍ଲକରେ ୬ ଟି ଲକ୍ଷ୍ମୀ ବସ ପୂର୍ବ ସରକାର ଚାଲୁକରିଥିଲେ । ଏହି ବସ୍ ଚାଲୁ ରହିବା ଦ୍ୱାରା ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏଥିରେ ସ୍ୱଳ୍ପ ଭଡ଼ାରେ ଉପକୃତ ହେଉଥିଲେ । ମାତ୍ର ଗାଡି ଚଳାଉଥିବା ଡ୍ରାଇଭର ମାନେ ୬ ଦଫା ଦାବି ନେଇ ଓଏସଆରଟିସି ବିଭାଗକୁ ଜଣାଇଥିଲେ । ଏହା ସତ୍ତ୍ୱେ ସେମାନଙ୍କ ଦାବି ଶୁଣିନଥିଲେ ବିଭାଗ । ଓଲଟା ଡ୍ରାଇଭର ମାନଙ୍କୁ ଚାକିରିରୁ ବହିଷ୍କାର ନେଇ ଧମକ ଦେଇଥିଲେ ବିଭାଗ । 

ଏ ସମସ୍ତ ଘଟଣାକୁ ନେଇ ସୋମବାର ଭୋଗରାଇରେ ଲକ୍ଷ୍ମୀ ବସ ଡ୍ରାଇଭର ମାନେ ଆନ୍ଦୋଳନ କରୁଛନ୍ତି । ପେମେଣ୍ଟ ସ୍ଲିପର କାଗଜପତ୍ର, କାର୍ଯ୍ୟର ସମୟ ସୀମା ୮ ଘଣ୍ଟା, ଗାଡ଼ିର ରକ୍ଷଣା ବେକ୍ଷଣା କାର୍ଯ୍ୟରୁ ଚାଳକ ମାନଙ୍କୁ ନିବୃତ କରିବା, ଗାଡ଼ିର କୌଣସି କ୍ଷତିର ଚାଳକ ଦାୟ ନରହିବା, ପ୍ରତ୍ୟେକ ମାସ ୫ ତାରିଖ ଭିତରେ ଦରମା, ଠିକ ସମୟରେ ଦରମା ବୃଦ୍ଧି କରିବା ଆଦି ଦାବିକୁ ନେଇ ଡ୍ରାଇଭର ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଭୋଗରାଇ ବସଷ୍ଟାଣ୍ଡ ରେ ଏଭଳି ଘଟଣା ବେଳେ ଡ୍ରାଇଭରଙ୍କ ଦାବି ବସର ସୁରକ୍ଷା ନେଇ ଯାତ୍ରୀ ମାନେ ମଧ୍ୟ ଦାବି କରି ଅତିଶୀଘ୍ର ଏହାର ସମାଧାନ କରି ଗାଡ଼ି ଚଳାଚଳ ଆରମ୍ଭ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।  

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.