ନୂଆଦିଲ୍ଲୀ,୩୦/୧୨: ଭାରତୀୟ ଚେସ୍ ପାଇଁ ଶୁଭଙ୍କର ସଫଳ ସାବ୍ୟସ୍ତ ହୋଇଛି ୨୦୨୪ । ଭାରତୀୟ ମହିଳା ଚେସ୍ ତାରକା କୋନେରୁ ହମ୍ପି ଫିଡେ ମହିଳା ରାପିଡ୍ ଚେସ୍ ଚମ୍ପିଆନସିପରେ ଟାଇଟଲ ହାସଲ କରିଛନ୍ତି । ଡି ଗୁକେଶଙ୍କ ପରେ ଚେସରେ ବାଜି ମାରିଛନ୍ତି କୋନେରୁ ହାମ୍ପି । ସତରଞ୍ଜରେ ଭାରତର କୋନେରୁ ହମ୍ପି ବିଶ୍ବ ରାପିଡ ଚେସ୍ ଚମ୍ପିଆନ ହୋଇଛନ୍ତି । ଏହି ସହିତ ଦ୍ବିତୀୟ ଟାଇଟଲ ହାସଲ କରିଛନ୍ତି । ପଦ୍ମିନୀଙ୍କୁ ୬.୫ ପଏଣ୍ଟ ମିଳିଛି ।
ନ୍ୟୁୟର୍କରେ ଖେଳାଯାଉଥିବା ଏହି ମେଗା ଚେସ୍ ଇଭେଣ୍ଟରେ ୩୭ ବର୍ଷୀୟ କୋନେରୁ ହମ୍ପି ଇଣ୍ଡୋନେସିଆର ଆଇରେହନେ ସୁକନ୍ଦରହ୍କୁ ପରାସ୍ତ କି କ୍ୟାରିୟରର ଦ୍ବିତୀୟ ବିଶ୍ବ ଟାଇଟଲ ହାସଲ କରିଛନ୍ତି । ପୂର୍ବରୁ ସେ ଜର୍ଜିଆରେ ୨୦୧୯ରେ ପ୍ରଥମ ବିଶ୍ବ ଟାଇଟଲ ଜିତିଥିଲେ । କିଛି ଦିନ ପୂର୍ବରୁ ଡି ଗୁକେଶ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ସିଙ୍ଗାପୁରରେ ୱାଲ୍ଡ ଚାମ୍ପିଅନସିପରେ ସର୍ବକନିଷ୍ଠ ଖେଳାଳି ଭବେ ଟାଇଟଲ ହାସଲ କରିଥିଲେ । ମୋଟ ୧୧ ରାଉଣ୍ଡରୁ ହମ୍ପି ୮.୫ ପଏଣ୍ଟ ହାସଲ କରି ଏହି ସଫଳତା ହାସଲ କରିଛନ୍ତି ।
ବିଜୟୀ ହେବା ପରେ କୋନେରୁ ହାମ୍ପି କହିଛନ୍ତି, ବିଶ୍ବ ରାପିଡ ରାଉଣ୍ଡ ଚେସ୍ ପ୍ରତିଯୋଗିତା ବିଜୟୀ ହେବା ମୋ ପାଇଁ ସବୁଠାରୁ ଖୁସିର ଅବସର । ମୁଁ ପ୍ରତିଯୋଗିତାରେ ମୋର ପ୍ରକୃତ ପ୍ରକୃତ ସାମର୍ଥ୍ୟ ପ୍ରଦର୍ଶନ କରିପାରିଛି ।
ଓଡିଶାର ପଦ୍ମିନୀ ରାଉତ ୬.୫ ପଏଣ୍ଟ ହାସଲ କରିଛନ୍ତି । ଅପରପକ୍ଷରେ ପୁରୁଷ ବର୍ଗରେ ଋଷିଆର ୧୮ବର୍ଷୀୟ ମୁର୍ଜିନ ୧୦ ପଏ ଣ୍ଟ ପାଇ ଚମ୍ପିଆନ ହୋଇଛନ୍ତି । ଭାରତର ଅର୍ଜୁନ ୯ , ଆର ପ୍ରଜ୍ଞାନନ୍ଦ ୮.୫ ପଏଣ୍ଟ ହାସଲ କରିଥିଲେ ।