ହୋଲି ହେଉଛି ରଙ୍ଗର ପର୍ବ । ସମସ୍ତେ ଏହି ପର୍ବକୁ ଅତି ଆଡମ୍ୱର ସହ ପାଳନ କରିଥାନ୍ତି । ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଦେଇଥାନ୍ତି । ହେଲେ କଣ ଆପଣ ଜାଣିଛନ୍ତି, ଏହି ରଙ୍ଗଗୁଡ଼ିକ ରାସାୟନିକ ପଦାର୍ଥରେ ତିଆରି ହୋଇଥାଏ। ଏହି ରାସାୟନିକ ପଦାର୍ଥଗୁଡ଼ିକ ଆଲର୍ଜି, ସ୍କିନ୍ ଇରିଟେସନ୍ ଏବଂ କଣ୍ଟାକ୍ଟ ଡର୍ମାଟାଇଟିସ୍ ସୃଷ୍ଟି କରିପାରେ, ଯାହା ଦ୍ଵାରା ଆପଣଙ୍କ ଚର୍ମର ଅବସ୍ଥା ଖରାପ ହୋଇପାରେ । ଏହା ବିରକ୍ତି ସୃଷ୍ଟି କରିପାରେ ଏବଂ କିଛି କ୍ଷେତ୍ରରେ କେଶ ମଧ୍ୟ ଝଡ଼ିପାରେ । ତେବେ ଏହି ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକୁ କିପରି ରୋକାଯାଇପାରିବ? ସେଥିପାଇଁ ଯଥାସମ୍ଭବ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଉଚିତ । ଗୋଲାପ ପାଖୁଡା, ହଳଦୀ, ବିଟରୁଟ୍, ଗେଣ୍ଡୁ ଫୁଲ ଏବଂ ସୂର୍ଯ୍ୟମୁଖୀ ଫୁଲରୁ ତିଆରି ରଙ୍ଗକୁ ବ୍ୟବହାର କରନ୍ତୁ । ଯେହେତୁ ଏଗୁଡ଼ିକ ପ୍ରାକୃତିକ ରଙ୍ଗ, ତେଣୁ ଆଲର୍ଜି ହେବାର ସମ୍ଭାବନା ନଥାଏ ।
ମୁହଁ ଏବଂ କେଶରୁ ରଙ୍ଗକୁ ସାବଧାନତାର ସହ ଛଡ଼ାଇବା ଆବଶ୍ୟକ । ତ୍ୱଚାରେ ରଙ୍ଗ ଲାଗିଥିବା ସ୍ଥାନକୁ ତୁରନ୍ତ ଉଷୁମ ପାଣି ଏବଂ ଏକ ହାଲୁକା କ୍ଲିନଜର୍ ସାହାଯ୍ୟରେ ଧୁଅନ୍ତୁ। ଦାଗ ପାଇଁ ତ୍ୱଚାକୁ ଅତ୍ୟଧିକ ମାତ୍ରାରେ ଘସନ୍ତୁ ନାହିଁ । ଏକ ସୀମିତ ମାତ୍ରାରେ ବେକିଂ ସୋଡ଼ା ଏବଂ ପାଣିର ମିଶାଇ ଏହି ଏକ୍ସଫୋଲିଏଣ୍ଟକୁ ସୀମିତ ପରିମାଣରେ ବ୍ୟବହାର କରନ୍ତୁ । ହୋଲି ରଙ୍ଗରେ ଏପରି ରାସାୟନିକ ପଦାର୍ଥ ରହିଥାଏ, ଯାହା ବ୍ରଣ ଏବଂ ସ୍କିନ୍ ଇରିଟେସନ୍ ସୃଷ୍ଟି କରିଥାଏ । ତେଣୁ ଯଥା ସମ୍ଭବ ରସାୟନିକ ପଦାର୍ଥ ମିଶ୍ରିତ ରଙ୍ଗ ଠାରୁ ଦୂରେଇ ରୁହନ୍ତୁ
କେଶରୁ ରଙ୍ଗ ଛଡ଼ାଇବା ପାଇଁ ନଡ଼ିଆ ତେଲ, ଅଲିଭ୍ ତେଲ ରିମୁଭର ଭାବେ କାମ କରିଥାଏ । ଏଗୁଡ଼ିକ ଜଳା ପୋଡ଼ା ନକରି କେଶରୁ ରଙ୍ଗ ଛଡ଼ାଇବାରେ ସାହାଯ୍ୟ କରିଥାଏ । କେଶରୁ ରଙ୍ଗ ଛଡ଼ାଇବା ସମୟରେ ରଙ୍ଗକୁ ହାଲୁକା କରିବା ପାଇଁ ଏକ ମୃଦୁ ସଫା କରିବା ସାମ୍ପୁ ବ୍ୟବହାର କରନ୍ତୁ । ରଙ୍ଗ ଛଡ଼ାଇବା ପରେ କେଶରେ ହାଇଡ୍ରେଟ୍ କରନ୍ତୁ ଏବଂ କେଶରେ ଏକ କଣ୍ଡିସନର ଲଗାନ୍ତୁ।
ଯଦି ହୋଲି ରଙ୍ଗ ଆଖିରେ ଲାଗିଯାଏ, ଆଖି ଲାଲ ରଙ୍ଗର ହେବା ସହ ଜଳା ପୋଡ଼ା ହୋଇଥାଏ । ଏଭଳି ସ୍ଥିତିରେ ପ୍ରଭାବିତ ସ୍ଥାନକୁ ତୁରନ୍ତ ସଫା କରିବା ଉଚିତ। ଏହାକୁ ପ୍ରଚୁର ପାଣିରେ ଧୋଇବା ଉଚିତ । ସାବୁନ କିମ୍ୱା ଅନ୍ୟ କୌଣସି ବିରକ୍ତିକର ପଦାର୍ଥ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ। ଯଦି ଆଖିରେ ଜଳାପୋଡ଼ା କମୁନାହିଁ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।