ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପିଇବା ପାଣିରେ ମାତ୍ରାଧିକ ଫ୍ଲୋରାଇଡ୍ ପିଲାମାନଙ୍କ ପାଇଁ ବିପଦ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ...

Published By : Harapriya Sethi | March 13, 2025 11:36 AM

ସାଧାରଣତଃ କୂଅ ପାଣିରେ ଫ୍ଲୋରାଇଡ୍‌ର ପରିମାଣ ଅଧିକ ରହିଥାଏ । କିଛି ଦେଶରେ ଟିବି ରୋଗର ମୁକାବିଲା କରିବା ପାଇଁ ଏହାକୁ ପାନୀୟ ଜଳରେ ମିଶାଯାଇଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗର୍ଭାବସ୍ଥା କିମ୍ବା ଶୈଶବ ଅବସ୍ଥାରେ ଫ୍ଲୋରାଇଡ୍ ସଂସ୍ପର୍ଶରେ ଆସିବା ଦ୍ୱାରା ପିଲାମାନଙ୍କର ଜ୍ଞାନାତ୍ମକ କ୍ଷମତା ହ୍ରାସ ପାଇଥାଏ । ଏହି ଅଧ୍ୟୟନ ସ୍ୱିଡେନର କାରୋଲିମ୍ସକା ଇନଷ୍ଟିଚ୍ୟୁଟର ଗବେଷକଙ୍କ ଦ୍ୱାରା କରାଯାଇଥିଲା ଏବଂ ଏହା ଏନଭାଇରନମେଣ୍ଟାଲ୍ ହେଲ୍ଥ ପର୍ସପେକ୍ଟିଭ୍ସ ପତ୍ରିକାରେ ପ୍ରକାଶିତ ହୋଇଥିଲା ।

ଏହି ଅଧ୍ୟୟନ ପୂର୍ବର କିଛି ଅଧ୍ୟୟନକୁ ମଧ୍ୟ ସମର୍ଥନ କରୁଛି । ତେବେ ପୂର୍ବ ଅଧ୍ୟୟନରେ ସୂଚିତ କରାଯାଇଥିଲା ଯେ, ଗର୍ଭାବସ୍ଥା କିମ୍ବା ଶୈଶବ ସମୟରେ ଫ୍ଲୋରାଇଡ୍ ସଂସ୍ପର୍ଶରେ ଆସିବା ପିଲାମାନଙ୍କ ପାଇଁ ଭଲ ନୁହେଁ। ପାନୀୟ ଜଳରେ ଫ୍ଲୋରାଇଡ୍ ପ୍ରାକୃତିକ ଭାବରେ ମିଳିଥାଏ, କିନ୍ତୁ ସାଧାରଣ ଜଳ ଯୋଗାଣରେ ଏହାର ପରିମାଣ କମ୍‌ ରହିଥାଏ । ଆମେରିକା, କାନାଡା, ଚିଲି, ଅଷ୍ଟ୍ରେଲିଆ ଏବଂ ଆୟର୍ଲାଣ୍ଡ ଭଳି କିଛି ଦେଶରେ, ଟିବି ରୋକିବା ପାଇଁ ପ୍ରତି ଲିଟରରେ ପ୍ରାୟ ୦.୭ ମିଲିଗ୍ରାମ ଫ୍ଲୋରାଇଡ୍ ଜଳ ଯୋଗାଣ ସମୟରେ ମିଶାଯାଇଥାଏ। ସ୍ୱାସ୍ଥ୍ୟ ବିପଦକୁ ଦୃଷ୍ଟିରେ ରଖି, ପାନୀୟ ଜଳରେ ଫ୍ଲୋରାଇଡ୍ ମିଶାଇବାକୁ ବାରଣ କରାଯାଇଛି । ଆମେରିକା ଏବଂ କାନାଡାରେ ଏହା ଉପରେ ବ୍ୟାପକ ବିତର୍କ ମଧ୍ୟ ହୋଇଛି । କାରୋଲିମ୍ସକା ଇନଷ୍ଟିଚ୍ୟୁଟର ପର୍ଯ୍ୟାବରଣ ଚିକିତ୍ସା ସଂସ୍ଥାନର ଆସୋସିଏଟ୍‌ ପ୍ରଫେସର ଡକ୍ଟର ମାରିଆ କିପଲର ଏହି ମତ ପ୍ରକାଶ କରିଛନ୍ତି ।

ଅଧ୍ୟୟନରୁ ଜଣାପଡ଼ିଛି ଯେ, ଫ୍ଲୋରାଇଡର ସାନ୍ଦ୍ରତା କମ୍‌ ଥିଲେ ମଧ୍ୟ ପିଲାମାନଙ୍କ ପ୍ରାରମ୍ଭିକ ବିକାଶକୁ ପ୍ରଭାବିତ କରିପାରେ । ଗବେଷକମାନେ ବାଂଲାଦେଶର ଗ୍ରାମୀଣ ଅଞ୍ଚଳରେ ୫୦୦ ଜଣ ମାଆ ଏବଂ ସେମାନଙ୍କ ପିଲାମାନଙ୍କୁ ଅନୁସରଣ କରିଥିଲେ । ଯେଉଁଠାରେ ଫ୍ଲୋରାଇଡ୍ ପ୍ରାକୃତିକ ଭାବରେ ପାନୀୟ ଜଳରେ ମିଳିଥାଏ । ଫ୍ଲୋରାଇଡ୍ ସହ ସଂସ୍ପର୍ଶରେ ଆସିବା ଏବଂ ପିଲାମାନଙ୍କର ଜ୍ଞାନାତ୍ମକ କ୍ଷମତା ମଧ୍ୟରେ ସମ୍ପର୍କ ବୁଝିବା ପାଇଁ ଏହି ଗବେଷଣା କରିଥିଲେ । ପାଣିରେ ରହିଥିବା ଫ୍ଲୋରାଇଡ୍‌ର ଏହି ସାନ୍ଦ୍ରତା ବିଶ୍ୱର ଅନେକ ଦେଶରେ ମିଳୁଥିବା ସାନ୍ଦ୍ରତା ସହିତ ସମାନ । ଆପଣ ବ୍ୟବହାର କରୁଥିବା ଟୁଥପେଷ୍ଟରେ ମଧ୍ୟ ଫ୍ଲୋରାଇଡ୍‌ ରହିଥାଏ । ତେଣୁ ପିଲା ମାନଙ୍କୁ ଦାନ୍ତ ଘଷିବା ବେଳେ ଟୁଥପେଷ୍ଟକୁ ଖାଇବାରୁ ରୋକିବା ଆବଶ୍ୟକ ।

ଗର୍ଭବତୀ ବାଂଲାଦେଶୀ ମହିଳାଙ୍କ ପରିସ୍ରାରେ ଫ୍ଲୋରାଇଡର ହାରାହାରି ପରିମାଣ ଲିଟର ପ୍ରତି ୦.୬୩ ମିଲିଗ୍ରାମ ଥିଲା । ଦଶ ବର୍ଷ ବୟସ ସୁଦ୍ଧା ଯେଉଁ ପିଲାମାନଙ୍କ ପରିସ୍ରାରେ ୦.୭୨ ମିଲିଗ୍ରାମରୁ ଅଧିକ ଫ୍ଲୋରାଇଡ୍ ଥିଲା, ସେମାନଙ୍କର ପରିସ୍ରାରେ କମ୍ ଫ୍ଲୋରାଇଡ୍ ଥିବା ପିଲାମାନଙ୍କ ତୁଳନାରେ ସେମାନଙ୍କର ଜ୍ଞାନ କ୍ଷମତା କମ୍ ରହିଥିଲା । ଯହା ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.