ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ସପ୍ଲିମେଣ୍ଟ ନେବା ସତ୍ତେ୍ୱ ‘ଭିଟାମିନ୍‌-ଡି’ର ଅଭାବ ରହୁଛି କି? ଜାଣନ୍ତୁ ଏହା ପଛର କାରଣ

Published By : Prameya | March 14, 2025 12:39 PM

ଭୁବନେଶ୍ୱର ୧୪/୦୩: ଦୁନିଆର ପ୍ରାୟ ଲୋକଙ୍କଠାରେ ‘ଭିଟାମିନ୍‌-ଡି’ର ଅଭାବ ଦେଖିବାକୁ ମିଳିଥାଏ । ଏହି ଅଭାବକୁ ଦୂର କରିବା ପାଇଁ ପ୍ରାୟ ଲୋକ ସପ୍ଲିମେଣ୍ଟ୍‌ ମଧ୍ୟ ନେଇଥାନ୍ତି। ତଥାପି ଏହି ଅଭାବ ପୂରଣ ହୋଇ ନଥାଏ । ଏହା ପଛରେ କଣ ରହିଛି କାରଣ ଚାଲନ୍ତୁ ଜାଣିବା । 

ସପ୍ଲିମେଣ୍ଟ୍‌ର ଭୁଲ୍‌ ଡୋଜ୍‌ :

ଭିଟାମିନ୍‌-ଡି' ଅଭାବକୁ ଦୂର କରିବା ପାଇଁ ଉପଯୁକ୍ତ ଡୋଜ୍‌ ନେବା ଖୁବ୍‌ ଜରୁରି । କିଛି ଲୋକ ଡାକ୍ତର ପରାମର୍ଶ ବିନା ଔଷଧ ଖାଇଥାନ୍ତି । ତେଣୁ ସେମାନେ ଲାଭ ଉଠାଇପାରି ନଥାନ୍ତି । ସେହିପରି କିଛି ଲୋକ ଆବଶ୍ୟକଠାରୁ ଅଧିକ ଡୋଜ୍‌ ନେଇଥାନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଭିଟାମିନ୍‌-ଡି ନେବା ଉଚିତ୍‌ । 

ଠିକ୍‌ ଭାବେ ଅବଶୋଷଣ ନ ହେବା :

 ଅନେକ ସମୟରେ ଭିଟାମିନ୍‌-ଡି ଶରୀରରେ ଠିକ୍‌ ଭାବେ ଅବଶୋଷଣ ହୋଇ ନଥାଏ । ଏହା ପଛରେ ମଧ୍ୟ ଅନେକ କାରଣ ରହିଥାଏ, ଯେପରିକି ପାଚନ ତନ୍ତ୍ରରେ ସମସ୍ୟା, ଅନ୍ତନଳୀରେ ସମସ୍ୟା କିମ୍ବା ଲିଭର୍‌, କିଡ୍‌ନୀ ଫଙ୍କସନ୍‌ରେ ସମସ୍ୟା ଆଦି । ଏହାକୁ ଅବଶୋଷଣ କରିବା ପାଇଁ ଶରୀରରେ ଭରପୂର ମାତ୍ରାରେ ଫ୍ୟାଟ ରହିଥିବା ଆବଶ୍ୟକ । ଡାଏଟ୍‌ରେ ଫ୍ୟାଟ୍‌ ଅଭାବ ରହିଥିଲେ, ଭିଟାମିନ୍‌-ଡି’ର ଅବଶୋଷଣ ପ୍ରଭାବିତ ହୋଇଥାଏ । 

ସୂର୍ଯ୍ୟକିରଣର ଅଭାବ :

ଭିଟାମିନ୍‌-ଡି’ର ପ୍ରମୁଖ ସ୍ରୋତ ହେଉଛି ସୂର୍ଯ୍ୟକିରଣ । ସପ୍ଲିମେଣ୍ଟ ନେବା ସତ୍ତେ୍ୱ ମଧ୍ୟ ବ୍ୟକ୍ତି ସୂର୍ଯ୍ୟକିରଣ ନେବା ଆବଶ୍ୟକ । ନଚେତ୍‌ ଶରୀରରେ ଭିଟାମିନ୍‌-ଡି’ ଅଭାବ ପୂରଣ ହେବନାହିଁ । 

ଶରୀରର ଭିନ୍ନ ଭିନ୍ନ ଆବଶ୍ୟକତା :

ପ୍ରତ୍ୟେକ ବ୍ୟକ୍ତିର ଶରୀରର ଆବଶ୍ୟକତା ଭିନ୍ନ । ବୟସ, ଓଜନ, ଲିଙ୍ଗ ଓ ସ୍ୱାସ୍ଥ୍ୟାବସ୍ଥାକୁ ଆଧାର କରି ଭିଟାମିନ୍‌-ଡି’ର ଆବଶ୍ୟକତା ବଦଳିଥାଏ । ଯଦି ଶରୀରର ଆବଶ୍ୟକତା ଅନୁସାରେ ଭିଟାମିନ୍‌-ଡି’ ନ ମିଳେ, ତେବେ ଶରୀରରେ ଏହାର ଅଭାବ ରହିବା ସ୍ୱାଭାବିକ । 

ଔଷଧର ପ୍ରଭାବ :

କିଛି ଔଷଧ ଭିଟାମିନ୍‌-ଡି ଅବଶୋଷଣକୁ ପ୍ରଭାବିତ କରିଥାଏ । ଯେପରିକି ଷ୍ଟେରଏଡ୍‌, ଓଜନ କମାଉଥିବା ଔଷଧ, କୋଲେଷ୍ଟେରଲ୍‌ ଔଷଧ ଆଦି ଭିଟାମିନ୍‌ଡି’ସ୍ତରକୁ କମ୍‌ କରିଦେଇଥାଏ । 

ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ :

ଭିଟାମିନ୍‌-ଡି ଅବଶୋଷଣ ପାଇଁ ଅନ୍ୟ ପୋଷକ ତତ୍ତ୍ୱ ଯେପରିକି ମ୍ୟାଗ୍ନେସିୟମ୍‌, କ୍ୟାଲସିୟମ୍‌ ଓ ଭିଟାମିନ୍‌-କେ'ର ମଧ୍ୟ ଆବଶ୍ୟକତା ରହିଥାଏ । ଯଦି ନିୟମିତ ଡାଏଟ୍‌ରେ ଏସବୁର ଅଭାବ ରୁହେ, ତେବେ ଭିଟାମିନ୍‌-ଡି' ସ୍ତର ଠିକ୍‌ ରହିବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.