ପ୍ରମୂଖ ଖବର
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ହୋଲି ଖେଳିବା ବେଳେ ରଙ୍ଗ କାନ୍ଥରେ ଲାଗି ଯାଇଛି କି? ଗୋଟେ ମିନିଟ୍‌ରେ ଛଡ଼େଇ ପାରିବେ ରଙ୍ଗ

Published By : Prameya | March 14, 2025 5:55 PM

ନୂଆଦିଲ୍ଲୀ : ହୋଲି ଉତ୍ସବ ପାଖାପାଖି ସମସ୍ତଙ୍କର ପ୍ରିୟ ହୋଇଥାଏ। ପିଲା ତ ପିଲା, ଏହି ଉତ୍ସବରେ ଛୋଟ ଠାରୁ ବୃଦ୍ଧ ସବୁ ବୟସର ଲୋକେ ମସ୍ତିରେ ଝୁମି ଯାଆନ୍ତି। ଏହି ଦିନ ଲୋକଙ୍କ ଉତ୍ସାହ ଖୁବ୍‌ ବଢି ଯାଇଥାଏ। ଚାରିଆଡ଼େ ଯେମିତି ନାଲି , ଗୋଲାପି ଓ ସବୁଜ ରଙ୍ଗର ବର୍ଷା ହୋଇଯାଏ। ଏବେ ହୋଲି ଖେଳିବାରେ ମଜା ତ ଖୁବ୍‌ ଆସି ଥାଏ, ହେଲେ ଯେବେ ଏହି ରଙ୍ଗକୁ ସଫା କରିବାର ପାଳି ଆସେ ତ, ଏହି ରଙ୍ଗକୁ ସଫା କରିବାରେ ସମସ୍ତଙ୍କ ଝାଳ ବାହାରି ପଡ଼େ। ଶରୀରରେ ଲାଗିଥିବା ରଙ୍ଗ ଯେମିତି ସଫା କଲେ ବି ୩-୪ ଦିନ ରହିଥାଏ, କିନ୍ତୁ ଯେବେ କଥା ଆସେ କାନ୍ଥରେ ଲାଗିଥିବା ରଙ୍ଗ ଲିଭାଇକୁ ତ ଏହା ଖୁବ୍‌ ମୁସ୍କିଲ ଟାସ୍କ ହୋଇଯାଏ। ହୋଲି ଖେଳିବା ବେଳେ ଯଦି ଘରର କାନ୍ଥରେ ରଙ୍ଗ ଲାଗି ମଇଳା ହୋଇ ଯାଇ ଥାଏ ତ, ଏହି ଟିପ୍ସ ସାହାଯ୍ୟରେ ଆପଣ ତାକୁ ସହଜରେ ସଫା କରି ପାରିବେ। 

ବେକିଂ ସୋଡାରେ ସଫା କରନ୍ତୁ ହୋଲିର ରଙ୍ଗ -

ହୋଲିର ରଙ୍ଗରେ ଯଦି କାନ୍ଥରେ ଦାଗ ଲାଗି ଯାଏ ତ ବେକିଂ ସୋଡା ବହୁତ ଚମତ୍କାର କାମ କରି ପାରେ। କାନ୍ଥର ସଫେଇ ପାଇଁ ସର୍ବ ପ୍ରଥମେ ପାଣିରେ ବେକିଂ ସୋଡା ମିଶାଇ ଏହାର ପତଳା ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ଭରି, କାନ୍ଥରେ ଦାଗ ଲାଗିଥିବା ସ୍ଥାନରେ ସ୍ପ୍ରେ କରି ଦିଅନ୍ତୁ। କିଛି ସମୟ ପରେ ଏକ ଓଦା କପଡ଼ାରେ କାନ୍ଥକୁ ରଗଡ଼ି ସଫା କରନ୍ତୁ। ରଙ୍ଗର ଦାଗ ସହଜରେ ବାହାରି ଯିବ।

ଭିନେଗାର ଓ ଲେମନ ଜୁସ୍‌ରେ ସଫା କରନ୍ତୁ କାନ୍ଥରେ ଲାଗିଥିବା ରଙ୍ଗ –

ହୋଲି ଖେଳିବା ସମୟରେ ଯଦି କାନ୍ଥରେ ରଙ୍ଗର ଦାଗ ଲାଗି ଯାଏ ତ ତାକୁ ଛଡେଇବାକୁ ଆପଣ ଭିନେଗାର ଓ ଲେମ୍ୱୁର ସାହାଯ୍ୟ ନେଇ ପାରିବେ। ଏଥିପାଇଁ ଏକ ବଡ଼ ପାତ୍ରରେ କିଛି ମାତ୍ରାରେ ଡିସୱାଶ ଲିକ୍ୱିଡ୍ ନେଇ ଏଥିରେ ପାଣି ମିଶାନ୍ତୁ। ଏବେ ଏଥିରେ ଅଧା କପ୍‌ ଧଳା ଭିନେଗାର, ଗୋଟିଏ ଲେମ୍ୱୁର ରସ୍‌ ଓ ୩-୪ ଚାମଚ ବେକିଂ ସୋଡା ମିଶାଇ ଭଲରେ ମିଶ୍ରଣ କରି ଦିଅନ୍ତୁ। ଏହାପରେ ଏକ ସ୍ପଞ୍ଜର ସାହାଯ୍ୟରେ କାନ୍ଥରେ ଲାଗି ଥିବା ରଙ୍ଗର ଦାଗକୁ ହାଲକା ହାତରେ ରଗଡ଼ି ସଫା କରନ୍ତୁ। ଏହି ମିଶ୍ରଣରେ ଦାଗ ବାହାରିବାରେ ସହଜ ହେବ। ଟୁଥପେଷ୍ଟରେ ସଫା କରନ୍ତୁ କାନ୍ଥରେ ଲାଗିଥିବା ରଙ୍ଗର ଦାଗ –

ଟୁଥପେଷ୍ଟର ବ୍ୟବହାର କରି ମଧ୍ୟ କାନ୍ଥରେ ଲାଗିଥିବା ରଙ୍ଗର ଦାଗକୁ ଛଡେଇବାରେ ସହଜ ହେବ। ରଙ୍ଗକୁ ସଫା କରିବା ପାଇଁ ସର୍ବପ୍ରଥମେ ଏକ ବ୍ରଶରେ ଭଲ ମାତ୍ରାରେ ଟୁଥପେଷ୍ଟ ଲଗାନ୍ତୁ। ଏବେ ଏଥିରେ କାନ୍ଥରେ ଦାଗ ଲାଗିଥିବା ସ୍ଥାନରେ ରଗଡ଼ି ସଫା କରନ୍ତୁ। ଯେବେ ରଙ୍ଗର ଦାଗ ଭଲରେ ବାହାରି ଯିବ , ସେତେବେଳେ ଏକ ଓଦା କପଡ଼ାରେ କାନ୍ଥକୁ ସଫା କରି ଦିଅନ୍ତୁ।

ଗରମ ପାଣିରେ ରଙ୍ଗକୁ ସଫା କରନ୍ତୁ –

ହୋଲି ଖେଳିବା ସମୟରେ ଯଦି କାନ୍ଥରେ ରଙ୍ଗ ପଡ଼ି ଯାଏ ତ ଏହାକୁ ସଫା କରିବା ପାଇଁ ଗରମ ପାଣିର ବ୍ୟବହାର କରି ପାରିବେ। ହେଲେ ଗରମ ପାଣିରେ ଦାଗ ସେତେବେଳେ ସଫା ହେବ, ଯେବେ ଆପଣ ତାକୁ ତୁରନ୍ତ ସଫା କରିବେ। ଅଧିକ ସମୟ ପରେ ସଫା କରିବାରେ ଏହି ଉପାୟ ସେତେ ପ୍ରଭାବୀ ହେବ ନାହିଁ। ଗରମ ପାଣିରେ କାନ୍ଥରେ ଲାଗିଥିବା ରଙ୍ଗକୁ ସଫା କରିବାକୁ ପାଣିରେ କିଛି ମାତ୍ରାରେ ଡିଟରଜେଣ୍ଟ ମିଶାନ୍ତୁ। ଏବେ କଟନର କପଡ଼ାକୁ ଏଥିରେ ବୁଡ଼ାଇ କାନ୍ଥରେ ଲାଗିଥିବା ଦାଗକୁ ରଗଡ଼ି କ୍ଲିନ କରନ୍ତୁ। ଏହା ସହଜରେ ବାହାରି ଯିବ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.