ପ୍ରମୂଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ଭୁଶୁଡ଼ିଲା ନିର୍ମାଣଧୀନ ବକ୍ସ ଡ୍ରେନ ସ୍ଲାବ୍, ଜଣେ ଆହତ
  • ||
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ
  • ||
  • କଟକ ମାତୃଭବନ ନିକଟ ଭୁଶୁଡ଼ିଲା ନିର୍ମାଣାଧୀନ ବକ୍ସଡ୍ରେନ୍ ପାଚେରୀ
  • ||
  • ପାଟଣା : ହାତୀଠାରୁ ବଞ୍ଚିବା ବେଳେ ନିଆଁରେ ପଡ଼ିଗଲେ ମହିଳା, ଚାଲିଗଲା ଜୀବନ
  • ||
  • ବର୍ଡର-ଗାଭାସ୍କର ଟ୍ରଫି ; ଭାରତର WTC ଆଶା ଧୂଳିସାତ୍ , ୩-୧ରେ ସିରିଜ ସିଲ କଲା ଅଷ୍ଟ୍ରେଲିଆ
  • ||
  • ଛତିଶଗଡ଼ରେ ବଡ଼ ଏନକାଉଣ୍ଟର: ଟଳିଲେ ୪ ନକ୍ସଲ, ଜଣେ କନଷ୍ଟେବଳ ସହିଦ
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରେକର୍ଡ
  • ||
  • ଆଜି ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଜନଜାତି ଶିକ୍ଷାର୍ଥୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା
  • ||
  • ପିକିନିକ ସାରି ଫେରୁଥିଲେ ; ଅଟୋକୁ ଧକ୍କା ଦେଲା ଟ୍ରକ୍ , ଚାଲିଗଲା ୪ ଜୀବନ
  • ||
  • ଆଜିଠୁ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା: ଖୋଲିବ ୧୪୭ ଷ୍ଟଲ୍‌
  • ||
  • ବରଗଡ଼ ଧନୁଯାତ୍ରା ଦ୍ୱିତୀୟ ଦିବସ: କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଲେ ଶ୍ରୀକୃଷ୍ଣ
  • ||
  • ବଲାଙ୍ଗୀର : ବାଇକ୍‌କୁ ପିଟିଲା ଟ୍ରକ୍‌: ଜଣେ ମୃତ, ଦୁଇ ଗୁରୁତର
  • ||
  • ଶ୍ରୀମନ୍ଦିର ଉପରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
  • ||
  • ଦୁଲୁକିଲା ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର, ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀବାସୀ
  • ||

ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ଟାର୍ଗେଟ୍‌ରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ

Published By : Prameya | January 3, 2025 8:47 AM

ଭୁବନେଶ୍ଵର, ୦୩/୦୧ : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍। ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ପୁଣି ଧମକପୂର୍ଣ୍ଣ ଇମେଲ୍ ଆସିଛି। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏହି ମେସେଜ୍ ଆସିଛି। ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ଭିଡିଓ ମାଧ୍ୟମରେ ମେସେଜ୍ ଦିଆଯାଇଛି। ଏହି ମେସେଜ୍‌ରେ ଭୁବନେଶ୍ଵରକୁ ପୁଣି ଟେରର୍ ସିଟି ବୋଲି କୁହାଯାଇଛି। ଏହା ସହ ପ୍ରବାସୀଙ୍କୁ ଭୁବନେଶ୍ଵର ଆସିବାକୁ ମନା କରାଯାଇଛି। ଆତଙ୍କବାଦୀ ହତ୍ୟାର ବଦଲା ନେବାକୁ ଧମକ ଦେଇଛି। ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ସତର୍କ ରହିବାକୁ କୁହାଯାଇଛି।

ପ୍ରକାଶ ଥାଉକି, ଏହା ପୂର୍ବରୁ ଭୁବନେଶ୍ଵରରେ ଚାଲିଥିବା ଡିଜିପି ସମ୍ମିଳନୀ ବେଳେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଟାର୍ଗେଟ୍ କରିଥିଲା। ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲା। ଏହି ଅଡିଓ ମେସେଜ୍‌ରେ ଭୁବମେଶ୍ବର ବିମାନ ବନ୍ଦରକୁ ଟାର୍ଗେଟ୍ କରାଯାଇଥିଲା ଏବଂ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦେଇଥିଲା। ଏତଦ୍ ବ୍ୟତୀତ ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଅଡିଓ ଜାରି କରିଥିଲା। ଏହାପରେ କ୍ରାଇମ୍‌ବ୍ରାଞ୍ଚ ତରଫରୁ ତଦନ୍ତ କରାଯାଇଥିଲା। ଏହି ମେସେଜ୍‌ଟି ପନ୍ନୁ ପାଖରୁ ହିଁ ଆସିଥିବା ସ୍ପଷ୍ଟ ହୋଇଥିଲା। 

ତେବେ ପୁଣି ଥରେ ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଓଡ଼ିଆ ଭାଷାରେ ଆତଙ୍କୀ ପନ୍ନୁ ଲଗାତର ଧମକପୂର୍ଣ୍ଣ ମେସେଜ୍ ପଠାଇବା ପରେ ସନ୍ଦେହ ବଢିଛି। ପନ୍ନୁ ପାଇଁ ଓଡ଼ିଶାରୁ କିଏ କାମ କରୁଛି ? କିମ୍ଵା ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ୍ ଚାଲିଛି କି ? ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛ। 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.