ୱାଶିଂଟନ,୦୫/୦୧: ଆମେରିକା ପ୍ରତିନିଧି ସଭା ସଦସ୍ୟ ଭାବେ ଏକା ସଙ୍ଗରେ ୬ ଜଣ ଭାରତୀୟ- ଆମେରିକୀୟ ସାଂସଦ ଭାବେ ଶପଥ ନେଇଛନ୍ତି । ଆମେରିକାର ବିଭିନ୍ନ କ୍ଷେତ୍ରରେ ସଂଖ୍ୟାଲଘୁ ଭାରତୀୟ-ଆମେରିକୀୟମାନଙ୍କର ପ୍ରଭାବ ବୃଦ୍ଧଇ ପାଇବାରେ ଲାଗିଛି । ୬ଜଣ ନେତା ଆମେରିକାର ପ୍ରତିନିଧି ସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି ।
ଆମେରିକା ଇତିହାସରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ପାଇଁ ଏଯାଏଁ ଏହା ସର୍ବାବୃହତ । ଜଣେ କଂଗ୍ରେସ ସଦସ୍ୟ ଡ. ଅମି ବେରା ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ୧୨ ବର୍ଷ ପୂର୍ବେ ଯେବେ ମୁଁ ପ୍ରଥମ ଥର ପାଇଁ ଶପଥ ନେଇଥିଲି ସେବେ ମୁଁ ଏକା ଭାରତୀୟ ଆମେରିକୀୟ କଂଗ୍ରେସ ସଦସ୍ୟ ଥିଲି । ଆମେରିକା ଇତିହାସରେ ତୃତୀୟ ସଦସ୍ୟ ଥିଲି । ଏବେ ଆମ ମେଣ୍ଟ ୬ରେ ପହଞ୍ଚିଛି । ଆଗାମୀ ଦିନରେ ଅଧିକ ଭାରତୀୟ ଆମେରିକୀୟଙ୍କୁ କଂଗ୍ରେସର ହଲକୁ ସ୍ବାଗତ କରିବା ପାଇଁ ମୁଁ ଉତ୍ସାହିତ । କାଲିଫର୍ଣ୍ଣିଆର ସପ୍ତମ କଂଗ୍ରେସନାଲ ଡିଷ୍ଟ୍ରିକ୍ଟର ପ୍ରତିନିଧି ଭାବେ କ୍ରମାଗତ ସପ୍ତମ ଥର ଶପଥ ନେଇଥିବା ଏମି ବେରା ସମସ୍ତ ୬ଜଣ ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ଫଟୋ ପୋଷ୍ଟ କରିଛନ୍ତି ।
୨୦୨୦ ନିର୍ବାଚନରେ ୪ ଭାରତୀୟ ଜିତିଥିଲେ- ଆମେରିକାରେ ୨୦୨୦ ନିର୍ବାଚନରେ ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ମୁଳର ସାଂସଦ ନିର୍ବାଚିତ ହୋଇଥିଲେ । ୪ ଭାରତୀୟ-ଆମେରିକୀୟ ଡେମୋକ୍ରାଟିକ ସାଂସଦ ଡ.ଏମି ବେରା, ପ୍ରମିଳା ଜୟପାଲ, ରୋ ଖନ୍ନା ଏବଂ ରାଜା କୃଷ୍ଣାମୂର୍ତ୍ତି ଆମେରିକା ପ୍ରତିନିଧି ସଫା ନେଇ ପୁଣି ନିର୍ବାଚିତ ହୋଇଛନ୍ତି ।
ଦଲିପ ସିଂହ ୧୯୫୭ରେ ପ୍ରଥମ ଥର ଜିତିଥିଲେ -ଦଲିପ ସିଂହ ପ୍ରଥମ ଭାରତୀୟ ଆମେରିକୀୟ ଯିଏ ୧୯୫୭ ମସିହାରେ ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ପ୍ରଥମ ଶିଖ୍ ଭାବେ ସେ ଲଗାତାର ୩ ଥର ନିର୍ବାଚିତ ହୋଇଥିଲେ । ସେ ଡେମୋକ୍ରାଟିକ ପାର୍ଟିର ଥିଲେ । ବବି ଜିନ୍ଦଲ ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ଲୁସିଆନାର ପ୍ରଥମ କଂଗ୍ରେସନାଲ ଡିଷ୍ଟ୍ରିକ୍ଟକୁ ପ୍ରତିନିଧିତ୍ବ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରଥମ ଭାରତୀୟ-ଆମେରିକୀୟ ଭାହେ ଦୁଇଥର ଗଭର୍ଣ୍ଣର ଭାବେ ନିର୍ବାଚିତ ହୋଇଥିଲେ ।