ପ୍ରମୂଖ ଖବର
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

କାଠବାଉଁଶୂଳି ଜାତୀୟ ସ୍ତରୀୟ କ୍ରିକେଟ୍ ପ୍ରିମିୟମ ଲିଗ୍ ଉଦଯାପିତ ,ରାଉଲକେଲା ଚମ୍ପିୟାନ

Published By : Prameya | January 5, 2025 9:39 PM

କେନ୍ଦୁଝର ସଦର ୫/୧(ଆପ୍ର)କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ  ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଂଉଁଶୂଳି ନେତାଜୀ ବିକାଶ କମିଟି ଆନୁକୁଲ୍ୟରେ ୨୪ ତମ ଜାତୀୟ ସ୍ତରୀୟ ୧୬ ଦଳୀୟ ବିଶିଷ୍ଟ କ୍ରିକେଟ୍ ପ୍ରିମିୟମ ଲିଗ୍ ଉଦଯାପିତ ହୋଇଯାଇଛି।  ଉଦଯାପନୀ ଦିବସର ଫାଇନାଲ ମ୍ୟାଚ୍ ଇରଫାନ କ୍ଲଵ ରାଉଲକେଲା   ଏବଂ ଏସସିଏସ କ୍ଲବ ଅସୁରିଆ ମଧ୍ୟରେ ଖୁବ୍ ସଂଘର୍ଷ ମୟ ଖେଳ ଅନୁଷ୍ଠିତ ହୋଇଥିଲା। 

ଅସୁରୀୟା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୭ ୱିକେଟ୍ ହରାଇ ୧୪୩ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ରାଉଲକେଲା ୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୪.୧ ଅଭରରେ ୭ ୱିକେଟ୍ ହରାଇ ୧୪୪ ରନ କରିବା ସହିତ ତିନି ୱିକେଟରେ ବିଜୟ ହୋଇ ଚଳିତ ବର୍ଷ ଚାମ୍ପିଅନ ହୋଇଛି ରାଉଲକେଲା। ବିଜୟ ଦଳ ପକ୍ଷରୁ ଆକମୋଲ  ବାବୁ ୧୪ ବଲରେ ୨୯ ରନ କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ବିକି ବାବୁ ମ୍ୟାନ ଅଫ ଦି ସୀରିଜ୍ ବିବେଚିତ ହୋଇଛନ୍ତି। 

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ , ତେଲକୋଇ ବିଧାୟକ ଡ଼ାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା,ପୂର୍ବତନ ବିଜେପି ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ , ସଦର ନିର୍ବାଚନଣ୍ଡଳୀର ସଂଯୋଜକ ବିବେକାନନ୍ଦ ମହାନ୍ତ, ବିଜେପି ଜିଲ୍ଲା ସମ୍ପାଦକ ହେମାରଞ୍ଜନ ବାରିକ,ଉପସଭାପତି ଗଣେଶ୍ଵର ମହାନ୍ତ, ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ଅନିଦ୍ୟ ବେହେରା, ଅଭିନେତ୍ରୀ ଶିବାନୀ ସଂଗୀତା ସୂର୍ଯ୍ୟମୟୀ ମହାପାତ୍ର, ଅଭିନେତା ମିଟୁ ମିଥୁନ ପ୍ରମୁଖ ଯୋଗ ଦେଇଥିଲେ। ଚାମ୍ପିଅନ ଦଳ ରାଉଳକେଲାକୁ ନଗଦ ଏକ ଲକ୍ଷ ଟଙ୍କା ସହିତ ଟ୍ରଫି ସେହିପରି ଉପ ବିଜେତା ଅସୁରୀୟାକୁ ନଗଦ ୭୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଛନ୍ତି ।ଏହି ଖେଳ ନେତାଜୀ ବିକାଶ କମିଟି ବି ସଭାପତି ଜଗନ୍ନାଥ ମୋଦିଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିବା ବେଳେ ଖେଳରେ ଅମ୍ପୟାର ଦିବ୍ୟରଞ୍ଜ ରଣା, ସୁଶାନ୍ତ କୁମାର ପଣ୍ଡା  ଖେଳ ପରିଚାଳନା କରିଥିଲେ। ଓଡ଼ିଆ ଓ ହିନ୍ଦୀ ଭାଷାରେ ଜାଫୁଲା ଆନସାରୀ , ଗୋଲକ ମହାନ୍ତଙ୍କ ଦ୍ଵାରା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସ୍କୋରର ଭାବେ ତରିଣୀ ସେନ ଲୋହର, ନବୀନ ଆରୁକ ଦାୟିତ୍ବ ତୁଲାଇଥିଲେ। ନେତାଜୀ ବିକାଶ କମିଟିର ଖେଳ ପଡ଼ିଆର ଉନ୍ନତି ପାଇଁ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ଶ୍ରମ ମନ୍ତ୍ରୀ ଏକ କୋଟି ଟଙ୍କା ଘୋଷଣା କରିଛନ୍ତି। ଖୁବ୍ ଶୀଘ୍ର ପଡିଆର ଉନ୍ନତି ହେବ କ୍ରୀଡାର ବିକାଶ ହେବ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.