ପ୍ରମୂଖ ଖବର
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ

Published By : Harapriya Sethi | January 4, 2025 12:45 PM

କେନ୍ଦୁଝର,୦୪/୦୧: ନାଇଟ୍ ପେଟ୍ରୋଲିଂ କରୁଥିବା ବେଳେ ପଛରୁ ପୋଲିସ୍ ଗାଡ଼ିକୁ ଧକ୍କା ଦେଇଥିଲା ନାଇଟ୍ ବସ୍ । ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି । ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଅଞ୍ଜର ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ୪୯ ନମ୍ବର ଜାତୀୟ ରାଜପଥ ଅଞ୍ଜର ନିକଟରେ ରାତି ଗୋଟାଏ ବେଳେ ନାଇଟ୍ ପାଟ୍ରୋଲିଂ କରୁଥିବା ବେଳେ, ପଛରୁ ପୋଲିସ୍ ଗାଡ଼ିକୁ ଧକ୍କା ଦେଇଥିଲା ଏକ ନାଇଟ୍ ବସ୍ । ଦ୍ରୁତ ଗତିରେ ଆସୁଥିବା ଏହି ବସ୍ ଧକ୍କାରେ ଭାରସାମ୍ୟ ହରାଇ ପୋଲିସ୍ ଗାଡ଼ିଟି ଅନ୍ୟ ଏକ ଟ୍ରକ୍ ରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗାଡି ଭିତରେ ବସିଥିବା ୫ଜଣ ପୋଲିସ କର୍ମଚାରୀ । ପୋଲିସ୍ ଗାଡିକୁ ଧକ୍କା ଦେଇ ନାଇଟ୍ ବସ୍ ଟି ଫେରାର୍ ହୋଇଯାଇଥିବା ସୂଚନା ଦେଇଛନ୍ତି ଟାଉନ୍ ଥାନା ଅଧିକାରୀ । ଧକ୍କା ଦେଇଥିବା ସେହି ଗାଡ଼ିକୁ ଠାବ କରିବାକୁ ପୋଲିସ୍ ପକ୍ଷରୁ ଉଦ୍ୟମ ହେଉଥିବା ସୂଚନା ମିଳିଛି ।



 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.