ପ୍ରମୂଖ ଖବର
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଆଗକୁ ବିବାହ ଋତୁ, କାଞ୍ଚିପୁରମ ଶାଢ଼ି ୫୦% ହେଲା ମହଙ୍ଗା

ନୂଆଦିଲ୍ଲୀ,୨୩/୦୫: ଆଗକୁ ବିବାହ ଋତୁ । ବିବାହ ଶାଢ଼ି କଥା ପଡ଼ିଲେ ପ୍ରଥମେ ମନକୁ କାଞ୍ଚିପୁରମ ଶାଢ଼ି ଆସେ । ଅନେକ ଲୋକ ସୁନା ଏବଂ ରୁପା ପାଣି  ଦିଆଯାଇଥିବା ଜରିରେ ତିଆରି ରେଶମ ଶାଢ଼ି ବରାଦ ଦେଇଥାନ୍ତି । ଏବେ ଏହି କାଞ୍ଚିପୁରମ ରେଶମ ଶାଢ଼ି ଲୋକଙ୍କ ପକେଟ୍‌କୁ ଭାରୀ ପଡ଼ିବାକୁ ଯାଉଛି । ବିଶେଷକରି ସୁନା  ଏବଂ ରୁପା ଦର ଆକାଶ ଛୁଇଁବା ଯୋଗୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରସିଦ୍ଧ ଏହି ରେଶମ ଶାଢ଼ି ମହଙ୍ଗା ହୋଇଯାଇଛି । କାଞ୍ଚିପୁରମ ରେଶମ ଶାଢ଼ି ଦର  ଗତ ୮ ମାସରେ ୫୦% ପର୍ଯ୍ୟନ୍ତ  ବଢ଼ିଗଲାଣି । ଖର୍ଚ୍ଚ ସଚେତନ ଲୋକେ ଉକ୍ତ ଶାଢ଼ି ପ୍ରତି ମନ ବଳାଉଛନ୍ତି ଯେଉଁଥିରେ ସୁନା ଏବଂ ରୁପା ମାତ୍ରା କମ୍‌ ରହୁଛି  କିମ୍ବା ଯେଉଁ ଶାଢ଼ିରେ ଏହି  ଦୁଇ ମୂଲ୍ୟବାନ ଧାତୁର  ଆଦୌ ବ୍ୟବହାର  ହେଉନାହିଁ । ମହଙ୍ଗା  ହୋଇଯିବା କାରଣରୁ  କାଞ୍ଚିପୁରମ ରେଶମ  ଶାଢ଼ି ବିକ୍ରିରେ ୨୦% ହ୍ରାସ ଦେଖିବାକୁ ମିଳିଛି । 

ପ୍ରମୁଖ ରିଟେଲର ଆର୍‌ଏମ୍‌କେଭିର ପରିଚାଳନା ନିର୍ଦ୍ଦେଶକ କେ. ଶିବକୁମାର  କହିଛନ୍ତି ଯେ, କିଛି ଗ୍ରାହକ ଏକ ନିର୍ଦ୍ଦିଷ୍ଟ ବଜେଟ ସହ ଆସୁଛନ୍ତି ଏବଂ କମ୍‌ ସୁନା ଓ ରୁପା ସାମଗ୍ରୀଯୁକ୍ତ କାଞ୍ଚିପୁରଣ ରେଶମ ଶାଢ଼ି ପସନ୍ଦ କରୁଛନ୍ତି । ଆଉ କିଛି ଗ୍ରାହକ ନିଜ ବଜେଟ ଅନୁସାରେ ଶାଢ଼ି ସଂଖ୍ୟା କମ୍‌ କରୁଛନ୍ତି । 

କାଞ୍ଚିପୁରମ ରେଶମ ଶାଢ଼ି ନିର୍ମାତା ସଂଘର ଭି. କେ. ଦାମୋଦରନ କୁହନ୍ତି, ଗତବର୍ଷ  ଅକ୍ଟୋବରରୁ ଏ ବର୍ଷ ମେ’ ମଧ୍ୟରେ ଶାଢ଼ି ଦର ୪୦ରୁ୫୦%  ବଢ଼ିଛି । ସାଧାରଣତଃ ଏହି ଶାଢ଼ି ଦର ସୁନା ଏବଂ ରୁପା ଦର ଅନୁସାରେ ନିର୍ଦ୍ଧାରିତ ହୋଇଥାଏ । କାରଣ ଏହି ପାରମ୍ପରିକ ଶାଢ଼ିରେ ଯେଉଁ ଜରି ବ୍ୟବହାର ହୋଇଥାଏ ସେଥିରେ ଏହି  ଦୁଇ ଧାତୁ ଗୁରୁତ୍ୱପୂର୍ଣ୍ଣ । ଶାଢ଼ିର ଦର ୨୦,୦୦୦ ଟଙ୍କାରୁ  ଆରମ୍ଭ ହୋଇ ୨.୫ ଲକ୍ଷ ପର୍ଯ୍ୟନ୍ତ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.