ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ଜ୍ୱର: କ୍ୟାବିନକୁ ଆସୁନାହାଁନ୍ତି ଡାକ୍ତର, କାଜୁଆଲ୍‌ଟି ନେଲେ ବାପା

ଫୁଲବାଣୀ,୨୦/୧୦: ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ଦୁଇ ଦିନ ହେଲା ଜ୍ୱର । କ୍ୟାବିନକୁ ଯାଉ ନାହାଁନ୍ତି ଡାକ୍ତର । ଶନିବାର ବାଧ୍ୟ ହୋଇ ଅଟୋରିକ୍ସା କରି ପୁଅକୁ କାଜୁଆଲଟି ଆଣିଥିଲେ  ବାପା ଭୂୟାଁ କହଁର । ସେଠାରେ ଡାକ୍ତରଙ୍କୁ ଦେଖାଇ ବାହାରୁ ଔଷଧ କିଣି ପୁଅକୁ ଦେଇଥିଲେ । ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗର ଏକ ସ୍ୱତନ୍ତ୍ର କ୍ୟାବିନରେ ରହି ଚିକିତ୍ସିତ ହେଉଛି ଜଗା । ମୁଣ୍ଡରେ  ଖପୁରୀ ପ୍ରତ୍ୟାରୋପଣ ପାଇଁ ଅନ୍ୟ ଏକ ଅସ୍ତ୍ରୋପଚାର ଅପେକ୍ଷାରେ ରହିଛି ସେ । କିଛିଦିନ ଧରି  ତାହାର ଚିକିତ୍ସା ଦାୟିତ୍ୱରେ ଥିଲେ ସ୍ୱତନ୍ତ୍ର ଡାକ୍ତର । କିନ୍ତୁ ଏବେ ଏହି ବ୍ୟବସ୍ଥା ବନ୍ଦ ହୋଇଯାଇଛି  ବୋଲି କହିଛନ୍ତି ଜଗାର ବାପା । ଫଳରେ ଦେହ ଖରାପ ହେଲେ ସାଧାରଣ ରୋଗୀ ଭଳି ଆଉଟ୍‌  ଡୋର୍‌କୁ ଆସି ଚିକିତ୍ସା କରିବାକୁ ପଡ଼ୁଛି ।

 ଶୁକ୍ରବାର ଠାରୁ ଜଗାକୁ ଜ୍ୱର ଓ ଝାଡ଼ା ହେଉଥିବାରୁ  ଶନିବାର ସନ୍ଧ୍ୟାରେ ଆଶୁ ଚିକିତ୍ସା ବିଭାଗକୁ ଆଣିଥିଲେ ବାପା ଭୂୟାଁ ଓ ମା’ ପୁଷ୍ପାଞ୍ଜଳି । ଏନେଇ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା. ଅକ୍ଷୟ ସାହୁ ଏ ସମ୍ପର୍କରେ କୌଣସି ସୂଚନା ନ ଥିବା କହିଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.