ନୂଆଦିଲ୍ଲୀ,୨୯/୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଚତୁର୍ଥ ଟେଷ୍ଟ ଖେଳାଯାଉଛି । ଏହି ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି ବୁମ୍ ବୁମ୍ ବୁମରା । କଙ୍ଗାରୁ ଦଳ ବୋଲରଙ୍କୁ ଘଇଲା କରିଛନ୍ତି ଯଶପ୍ରୀତ ବୁମରା । ଭାରତର ଦ୍ରୁତତମ ବୋଲର ଭାବେ ୨୦୦ ଟେଷ୍ଟ ୱିକେଟ ନେବାରେ ସଫଳ ହୋଇଛନ୍ତି ।
ମେଲବର୍ଣ୍ଣ ଟେଷ୍ଟର ଦ୍ବିତୀୟ ପାଳିରେ ବୁମରାଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଗୋଟିଏ ପରେ ଗୋଟିଏ କଙ୍ଗାରୁ ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ ବୁମରା । ୯୧ ରନରେ ଅଷ୍ଟ୍ରେଲିଆ ୬ଟି ୱିକେଟ ହରାଇଥିଲା । ଏହି ୬ଟି ୱିକେଟରୁ ବୁମରା ୪ଟି ୱିକେଟ ଅକ୍ତିଆର କରିଥିଲେ । ଏହି ୪ ୱିକେଟ ସଫଳତା ସହ ବୁମରା ୨୦୦ ଟେଷ୍ଟ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି । ଭାରତର ଦ୍ରୁତତମ ବୋଲର ଭାବେ ସେ ୨୦୦ ଟେଷ୍ଟ ୱିକେଟ ନେବାରେ ସଫଳ ହୋଇଛନ୍ତି । ମହମ୍ମଦ ସାମିଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ତାଲିକାରେ ବୁମରା ଚତୁର୍ଥ ସ୍ଥାନରେ ରହିଛନ୍ତି । ୨୦୦ ଟେଷ୍ଟ ୱିକେଟ ନେବା ପାଇଁ ସେ ୮୪୮୪ ବଲ ଫିଙ୍ଗିଛନ୍ତି । ବକାର ୟୁସୁଫ (ପାକିସ୍ତାନ), ଡେଲ ଷ୍ଟେନ ( ଦକ୍ଷିଣ ଆଫ୍ରିକା) ଏବଂ କାସିଗୋ ରାବାଡା (ଦକ୍ଷିମ ଆଫ୍ରିକା)ଙ୍କ ତାଲିକାରେ ବୁମରା ନିଜକୁ ସାମିଲ କରିଛନ୍ତି ।
We only believe in Jassi bhai 😎
— BCCI (@BCCI) December 29, 2024
200 Test Wickets for Boom Boom Bumrah 🔥🔥
He brings up this milestone with the big wicket of Travis Head.#TeamIndia #AUSvIND @Jaspritbumrah93 pic.twitter.com/QiiyaCi7BX
ବର୍ଡର-ଗାଭାସ୍କର ଟ୍ରଫି ସିରିଜର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯାଉଛି । ଏହି ଟେଷ୍ଟର ପ୍ରଥମ ଇନିଂସରେ ଘରୋଇ ଅଷ୍ଟ୍ରେଲିଆ ୪୭୪ ରନ କରିଥିଲା । ଭାରତ ତାର ପ୍ରଥମ ଇନିଂସରେ ୩୬୯ ରନ କରିଥିଲା । ଭାରତ ପକ୍ଷରୁ ନୀତିଶ କୁମାର ରେଡ୍ଡୀ ସର୍ବାଧିକ ୧୧୪ ରନ କରିଥିଲେ । ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସ ବ୍ୟାଟିଂ ଜାରି ରଖିଛି । ରିପୋର୍ଟ ଲେଖାଯିବା ସୁଦ୍ଧା କଙ୍ଗାରୁ ଦଳ ୧୯୧ ରନରେ ୯ଟି ୱିକେଟ ହରାଇଥିଲା ।