ପ୍ରମୂଖ ଖବର
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଡୋଡା ଆକ୍ରମଣ ଘଟଣାର ଆତଙ୍କବାଦୀଙ୍କ ସ୍କେଚ୍ ଜାରି କଲା ପୋଲିସ, ସୂଚନା ଦେଲେ ମିଳିବ ୫ ଲକ୍ଷ

ନୂଆଦିଲ୍ଲୀ,୨୭।୭: ଜମ୍ମୁ-କଶ୍ମୀର ପୋଲିସ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ତିନି ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ଡୋଡା ଜିଲ୍ଲାରେ ଜଣେ କ୍ୟାପଟେନ୍‌ ସହ ଜଣ ଯବାନ ଶହୀଦ ହୋଇଥିଲେ। ଏହାପରେ ତିନି ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରାଯାଇଥିଲା  ଓ ତାଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଘୋଷଣା କରାଯାଇଥିଲା। ଡୋଡାରେ ଜୁନ୍‌ରେ ବହୁ ଆତଙ୍କବାଦୀ ଘଟଣା ଘଟିଛି। 

ଡୋଡା ପୋଲିସ ନିଜ ଅଫିସିଆଲ  ଏକ୍ସ ପୋଷ୍ଟରେ ଏହି ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ଜମ୍ମୁ-କଶ୍ମୀର ଜିଲ୍ଲା ପୋଲିସ ନିକଟରେ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାମିଲ ତିନି ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ପୋଲିସ ଏହି ତିନି ଜଣଙ୍କ ଭିତରୁ କୌଣସି ଜଣେ ବି ଆତଙ୍କବାଦୀଙ୍କ ବିଷୟରେ ସୂଚନା ଦେଇପାରିଲେ ତାଙ୍କୁ ୫ଲକ୍ଷ ଟଙ୍କାର ପୁରସ୍କାର ଦେବ ବୋଲି ଘୋଷଣା କରିଛି। 

ଡୋଡା ପୋଲିସ ମୁଖପାତ୍ର ସୂଚନା ଦେଇ କହିଛନ୍ତି, ଏହି ୩ ଆତଙ୍କବାଦୀ ଉପର ଅଞ୍ଚଳ ବିଶେଷ ଭାବରେ ଜଙ୍ଗଲରେ ବୁଲୁଛନ୍ତି। ଗତ ୧୬ ଜୁଲାଇରେ ଆତଙ୍କବାଦୀ ବିରୋଧି ଅଭିଯାନ ବେଳେ ଗୁଳିମାଡରେ ଜଣେ କ୍ୟାପଟେନ୍ ଓ ୩ ଜଣ ଯବାନ ଶହୀଦ ହୋଇଥିଲେ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.