ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବାରବାଟୀରେ ଜାଡେଜାଙ୍କୁ ସର୍ବାଧିକ ୱିକେଟ୍‌, ପଛରେ ପଡ଼ିଲେ ଭାରତୀୟ ବୋଲିଂ ଦିଗଜ୍ଜ

Published By : Prameya | February 10, 2025 10:49 AM

କଟକ ୧୦/୦୨: ଭାରତ-ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌ ଥିଲା ବାରବାଟୀରେ ୨୦ତମ ଦିନିକିଆ । ଏ ପର୍ଯ୍ୟନ୍ତ ଭାରତୀୟଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଏଠାରେ ସର୍ବାଧିକ ୱିକେଟ୍‌  ହାସଲ କରିଛନ୍ତି । ସେ ୩ଟି ୱିକେଟ୍‌ ହାସଲ କରିଥିଲେ । ବାରବାଟୀରେ  ମୋଟ ୫ଟି ମ୍ୟାଚ୍‌ ଖେଳି ଜାଡେଜା ମୋଟ୍‌ ୧୦ଟି ୱିକେଟ୍‌ ନେବାରେ ସଫଳ ହୋଇଛନ୍ତି । ୩୨ ରନ୍‌ରେ ୪ ୱିକେଟ୍‌ ତାଙ୍କର ଶ୍ରେଷ୍ଠ ବୋଲିଂ । 




ଅନୀଲ କୁମ୍ବଲେ ୩ଟି ମ୍ୟାଚ୍‌ ଖେଳି ୭ ୱିକେଟ୍‌, ଈଶାନ୍ତ ଶର୍ମା ୩ଟି  ମ୍ୟାଚ୍‌ରୁ ୭ ୱିକେଟ୍‌, ଅଜିତ ଅଗରକର ୫ଟି ମ୍ୟାଚ୍‌ରୁ ୭ ୱିକେଟ୍‌, ଜାହିର  ଖାନ ୫ଟି ମ୍ୟାଚରୁ ୬ ୱିକେଟ୍‌ ଏବଂ ଆର. ଅଶ୍ୱିନ ୩ଟି ମ୍ୟାଚ୍‌ରୁ ୫ ୱିକେଟ୍‌  ନେଇଛନ୍ତି । ହରଭଜନ ସିଂ ୫ଟି ମ୍ୟାଚ୍‌ ଖେଳି ୫ଟି ୱିକେଟ୍‌ ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.