ନୂଆଦିଲ୍ଲୀ,୧୭/୦୪: ଲିମାରେ ଚାଲିଥିବା ଆଇଏସ୍ଏସଏଫ୍ ବିଶ୍ୱକପ୍ରେ ଭାରତକୁ ୩ଟି ପଦକ ମିଳିଛି । ଅଲିମ୍ପିଆନ ମନୁ ଭାକର ରୌପ୍ୟ ଏବଂ ସୁରୁଚୀ ସିଂ ସ୍ୱର୍ଣ୍ଣ ଜିତିଛନ୍ତି । ସେମିତି ପୁରୁଷ ବର୍ଗରେ ସୌରଭ ଚୌଧୁରୀଙ୍କୁ ବ୍ରୋଞ୍ଜ ପଦକ ମିଳିଛି ।
ମହିଳା ୧୦ ମିଟର ଏୟାର ପିସ୍ତଲରେ ମନୁ ଓ ସୁରୁଚୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ୧୮ ବର୍ଷୀୟା ସୁରୁଚୀ ୨୪୩.୬ ପଏଣ୍ଟ ସହ ସ୍ୱର୍ଣ୍ଣ ଏବଂ ମନୁ ୨୪୨.୩ ପଏଣ୍ଟ ସହ ରୌପ୍ୟ ଜିତିଥିଲେ । ବିଶ୍ୱକପ୍ରେ ଏହା ତାଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ ।
ପୁରୁଷ ବର୍ଗରେ ସୌରଭ ତୃତୀୟ ସ୍ଥାନରେ ରହିଥିଲେ । ସେ ୨୧୯.୧ ପଏଣ୍ଟ ସ୍କୋର କରିଥିଲେ । ଚୀନର ହୁ କାଇ (୨୪୬.୪) ଏବଂ ବ୍ରାଜିଲର ଫେଲିପ ଆଲମେଇଦା ଉ ( ୨୪୧.୦) ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ ।