ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ବିଦେଶୀ ଖେଳାଳିଙ୍କ ପାଇଁ କଠୋର ନିୟମ, ମେଗା ନିଲାମରେ ନାମ ପଞ୍ଜୀକରଣ ବାଧ୍ୟତାମୂଳକ, ନଚେତ ୨ବର୍ଷ ନିଲମ୍ବିତ ହେବେ

Image Courtesy: latestly

ବେଙ୍ଗାଲୁରୁ,୩୦/୦୯: ଆଗାମୀ  ମେଗା ନିଲାମ ପୂର୍ବରୁ ଆଇପିଏଲ୍‌ ଗଭର୍ଣ୍ଣିଂ  କାଉନ୍‌ସିଲ୍‌ ଘୋଷଣା କରିଥିବା କିଛି ନିୟମ  ମଧ୍ୟରେ ବିଦେଶୀ ଖେଳାଳିଙ୍କ ପାଇଁ କିଛି  କଠୋର ଦଣ୍ଡ ବିଧାନ ଲାଗୁ କରାଯାଇଛି ।  ବିଦେଶୀ ଖେଳାଳିମାନଙ୍କ ପାଇଁ ମେଗା  ନିଲାମରେ ନାମ ପଞ୍ଜୀକରଣ ବାଧ୍ୟତାମୂଳକ  କରାଯାଇଛି । ମେଗା ନିଲାମ ପାଇଁ ନାମ ଦାଖଲ କରିନଥିବା ଖେଳାଳି ପର ବର୍ଷ ମିନି ନିଲାମରୁ ବାଦ ପଡ଼ିବେ। କେବଳ ଆହତ  କିମ୍ବା ଚିକିତ୍ସାଜନିତ ଅନୁପସ୍ଥିତି ରହିଥିଲେ  ଉକ୍ତ ଖେଳାଳି ମେଗା ନିଲାମ ପାଇଁ ନାମ  ପଞ୍ଜୀକରଣ କରି ନଥିଲେ ମଧ୍ୟ ପରବର୍ଷ  ମିନି ନିଲାମରେ ନାମ ଦାଖଲ କରିପାରିବେ ।  ଏଥିପାଇଁ ନିଜ ଦେଶର ବୋର୍ଡ ସେମାନଙ୍କୁ  ପ୍ରମାଣପତ୍ର ପ୍ରଦାନ କରିବ ।  

କୌଣସି ଖେଳାଳି ମେଗା ନିଲାମରେ  ବିକ୍ରି ହୋଇ ସାରିବା ପରେ କୌଣସି ଆଳ  ଦେଖାଇ ଟୁର୍ଣ୍ଣାମେଣ୍ଟରୁ ଓହରି ପାରିବେ  ନାହିଁ । ଏହା କଲେ ସେମାନଙ୍କୁ ପରବର୍ତ୍ତୀ  ୨ ବର୍ଷ ପାଇଁ ନିଲମ୍ବିତ କରାଯିବ । କେବଳ  ନିଲାମରେ ବିକ୍ରି ହୋଇସାରିବା ପରେ  କୌଣସି ଖେଳାଳି ଆହତ କିମ୍ବା ଅସୁସ୍ଥ  ହୋଇ ଚିକିତ୍ସାଧୀନ ଥିଲେ ଉକ୍ତ ଖେଳାଳିଙ୍କୁ  ନିଲମ୍ବିତ କରାଯିବ ନାହିଁ ।  

ସୂଚନାଯୋଗ୍ୟ, ବଦେଶୀ  ଖେଳାଳିମାନେ ଗତ କିଛି ବର୍ଷ ହେଲା  ଆଇପିଏଲ୍‌ ନିଲାମର ଜୋରଦାର  ଫାଇଦା ଉଠାଉଛନ୍ତି । ବିଶେଷ କରି  ଅଷ୍ଟ୍ରେଲିଆ ଖେଳାଳିମାନେ ଫାଇଦା  ଉଠାଇବାରେ ଆଗୁଆ ରହିଛନ୍ତି । ଅଷ୍ଟ୍ରେଲିଆ  ଖେଳାଳିମାନେ ମେଗା ନିଲାମରେ ନାମ  ପଞ୍ଜୀକୃତ କରୁନାହାନ୍ତି । ମିନି ନିଲାମରେ  ଅଧିକ ଅର୍ଥରେ ବିକ୍ରି ହେବା ପାଇଁ ଅପେକ୍ଷା  କରୁଛନ୍ତି । ଉଦାହରଣ ସ୍ୱରୂପ ଗତ ବର୍ଷ  ଅନୁଷ୍ଠିତ ମିନି ନିଲାମରେ ପ୍ୟାଟ୍‌ କମିନ୍ସ  ୨୦.୫୦ କୋଟି ଓ ମିଚେଲ ଷ୍ଟାର୍କ ୨୪.୭୫  କୋଟି ଟଙ୍କାରେ ବିକ୍ରି ହୋଇଥିଲେ । ଉଭୟ  ୨୦୨୩ ସିଜନରୁ ଓହରି ଯାଇଥିଲେ । 

ସେହିପରି ଇଂଲଣ୍ଡ ଖେଳାଳିମାନେ ମଧ୍ୟ  ଫାଇଦା ଉଠାଉଛନ୍ତି । ଇଂଲଣ୍ଡର ଅଧିକାଂଶ  ଖେଳାଳି ନିଲାମ ପାଇଁ ନାମ ଦାଖଲ  କରୁଛନ୍ତି । ନିଲାମରେ ଫ୍ରାଞ୍ଚାଇଜମାନେ  ପ୍ରଚୁର ଅର୍ଥ ଲଗାଇ ସେମାନଙ୍କୁ କିଣୁଛନ୍ତି ।  ମାତ୍ର ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ  ବିଭିନ୍ନ ବାହାନା କରି ଅଧିକାଂଶ ଖେଳାଳି  ଓହରି ଯାଉଛନ୍ତି । ଯାହା ଫଳରେ ଫ୍ରାଞ୍ଚାଇଜ  ସେମାନଙ୍କ ବିକଳ୍ପ ଖୋଜିବାରେ ବିଫଳ  ହେଉଛି, ଯାହା ପ୍ରଦର୍ଶନକୁ ପ୍ରଭାବିତ କରୁଛି ।  ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ବାରମ୍ବାର  ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  

ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ୍‌ମାନେ ସମସ୍ତ  ଅସୁବିଧା ବିସିସିଆଇକୁ ଜଣାଇଥିଲେ ଓ  କଠୋର ଦଣ୍ଡ ପାଇଁ ଦାବି କରିଥିଲେ ।  ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକରେ  ଫ୍ରାଞ୍ଚାଇଜମାନଙ୍କ ଦାବି ରଖି କଠୋର ନିୟମ  ଲାଗୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.