ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଏମଏସ ଧୋନୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କାହିଁକି କହିଲେ ଏଭଳି…

Published By : Prameya | April 30, 2025 4:27 PM

ମୁମ୍ବାଇ,୩୦/୪ :   ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ୨୦୨୫ରେ ରାଜସ୍ଥାନ ରୟାଲ୍ସ ଲାଗି ଖେଳୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ସେ ସବୁଠାରୁ ଛୋଟ ଖେଳାଳୀ ଅଟନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ପରେ ସେ ଏମଏସ ଧୋନୀଙ୍କ ପାଦ ଛୁଇଁ ଥିଲେ । ଉଭୟଙ୍କ ମଧ୍ୟରେ କିଛି କଥା ହୋଇଥିଲା । ଆରସିବି ବିପକ୍ଷ ମ୍ୟାଚ୍ ପରେ ସେ ନିଜ ପସନ୍ଦିତା ଖେଳାଳୀ ବିରାଟ କୋହଲୀଙ୍କୁ ବି ଭେଟିଥିଲେ । ଯାହା ପରେ ଫଟୋ ସାମ୍ନାକୁ ଆସିଛି । ଏବେ ଜଣାପଡ଼ିଲା କି ଧୋନୀ ଏବଂ କୋହଲୀ ୧୪ବର୍ଷୀୟ ଏହି କ୍ରିକେଟରଙ୍କୁ କ’ଣ କହିଥିଲେ । 

ରାଜସ୍ଥାନ ରୟାଲ୍ସ ଟିମର ମ୍ୟାନେଜର ରୋମୀ ଭିଣ୍ଡର ସୋମବାର ଏହି କଥାର ଖୁଲାସା କରିଛନ୍ତି କି ବୈଭବ ସୂର୍ଯ୍ୟବଂଶୀ ଭେଟରାନ ବିରାଟ କୋହଲୀ ଏବଂ ଏମଏସ ଧୋନୀଙ୍କ ସହ କଥା ହୋଇଥିଲେ । ସେ ସିଏସକେ ବିପକ୍ଷ ଜୟପୁରରେ ହୋଇଥିବା ମ୍ୟାଚରେ ସାମିଲ ନଥିଲେ । ଯାହାକି ୨୪ଏପ୍ରିଲରେ ଆରସିବି ବିପକ୍ଷ ମ୍ୟାଚରେ ସେ ୧୬ରନରେ ଭୁବନେଶ୍ବର କୁମାରଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ । ମ୍ୟାନେଜର ରୋମୀ ଭିଣ୍ଡର ସୂର୍ଯ୍ୟବଂଶୀ ଧୋନୀଙ୍କୁ ଭେଟିବା ଉପରେ ଏକ ସାକ୍ଷାତକାରରେ କହିଛନ୍ତି କି, ହଁ ଗୌହାଟୀରେ ଖେଳାଯାଇଥିବା ଶେଷ ମ୍ୟାଚରେ ସେ ଧୋନୀଙ୍କୁ ଭେଟିଥିଲେ । ସେ ପୁଣି ଥରେ ସିଏସକେ ବିପକ୍ଷ ଆଗାମୀ ମ୍ୟାଚରେ ତାଙ୍କୁ ଭେଟିବେ । କିନ୍ତୁ ମୁଁ ଉଭୟଙ୍କ ମଧ୍ୟରେ ସମାନ ଗୁଣ ଦେଖିପାରୁଛି । ଉଭୟେ ଶାନ୍ତ ଅଟନ୍ତି, କିନ୍ତୁ ପରେ ବି ଆକ୍ରମଣାତ୍ମକ କ୍ରିକେଟ ଶଟ୍ ଖେଳିଥାନ୍ତି । ଏଥିଲାଗି କିଛି ସମାନତା ଅଛି’। 

ଭିଣ୍ଡର କହିଛନ୍ତି କି, ଏମଏସ ଧୋନୀ ବି ତାଙ୍କୁ ବହୁ ପ୍ରଶଂସା କରିଛନ୍ତି । ସେ କହିଥିଲେ କି , ଠିକ୍ ଅଛି, ଆପଣଙ୍କ ଟିମରେ ବେବି ଅଛନ୍ତି । ବେବି ଜଣେ ମାଚ୍ୟୋର ଖେଳାଳୀ ଭାବେ ସଟ୍ ଖେଳୁଛନ୍ତି । ବିରାଟ କୋହଲୀ ବୈଭବଙ୍କ ସହ କଥା ହେବା ସମୟରେ ତାଙ୍କୁ କିଛି ଟିପ୍ସ ଦେଇଛନ୍ତି । ଏହି ମ୍ୟାଚରେ ଆରସିବି ରାଜସ୍ଥାନକୁ ପରାଜୟ କରିଥିଲା ଏବଂ କୋହଲୀ ୭୦ରନର ଶାନଦାର୍ ପାଳି ଖେଳିଥିଲେ ।

ଭିଣ୍ଡ କହିଛନ୍ତି, ବୈଭବଙ୍କୁ ବିରାଟ କୋହଲୀ ବହୁତ ପସନ୍ଦ । ସେ ତାଙ୍କୁ ଭେଟିଥିଲେ ଏବଂ କୋହଲୀ ତାଙ୍କୁ କିଛି ଟିପ୍ସ ଦେଇଥିଲେ । ବିରାଟ ତାଙ୍କୁ ଏହି ବି କହିଛନ୍ତି କି କିଭଳି ଭାବେ ମାଟି ସହ ଯୋଡ଼ି ହୋଇ ରହିବା ଏବଂ କିଭଳି ବିନମ୍ର ରହିବାରେ ଅଛି ଏବଂ କଠିନ ପରିଶ୍ରମ କରିବାରେ ଅଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.