ନୂଆଦିଲ୍ଲୀ: ଆଇପିଏଲର ୪୯ତମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଖେଳାଯାଉଛି। ଚେପକର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ପଞ୍ଜାବ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଚେନ୍ନାଇ ୧୯.୨ ଓଭର ସୁଦ୍ଧା ସମସ୍ତ ୱିକେଟ୍ ହରାଇ ୧୯୦ ରନ୍ ସଂଗ୍ରହ କରିଛି। ୟୁଜଭେନ୍ଦ୍ର ଚହଲ ୧୯ ତମ ଓଭର ସୁଦ୍ଧା ନୁର ଅହମ୍ମଦ (୦), ଅନସୁଲ କାମ୍ବୋଜ (୦), ଦୀପକ ହୁଡା (୨ ରନ) ଏବଂ ଏମଏସ ଧୋନି (୧୧ ରନ) ଙ୍କୁ ଆଉଟ କରି ପାଭିଲିୟନ ପଠାଇ ଦେଇଛନ୍ତି। ଚହଲ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ୍ ଆଉଟ କରିଛନ୍ତି। ଆପଣଙ୍କୁ ଜମାଇ ରଖୁ ଯେ, ଚହଲ ୨୦୨୨ ମସିହାରେ ମଧ୍ୟ କୋଲକାତା ବିପକ୍ଷରେ ଗୋଟିଏ ଓଭରରେ ୪ଟି ୱିକେଟ ନେଇଥିଲେ।
ସାମ୍ କରାନ (୮୮) ମାର୍କୋ ଜାନସେନର ବଲ୍ ରେ ଜୋଶ୍ ଇଙ୍ଗଲିସ୍ ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ଡିୱାଲ୍ଡ ବ୍ରେଭିସ୍ (୩୨ ରନ୍), ରବିନ୍ଦ୍ର ଜାଡେଜା ୧୭, ଶେଖ ରସିଦ ୧୧ ଏବଂ ଆୟୁଷ ମଥ୍ରେ ମଧ୍ୟ ଆଉଟ୍ ହୋଇଥିଲେ। ବ୍ରେଭିସ୍ ଙ୍କୁ ଆଜମାତୁଲ୍ଲା ଓମାରଜାଇ, ରସିଦଙ୍କୁ ଅର୍ଶଦୀପ ସିଂହ, ମହାତ୍ରେଙ୍କୁ ମାର୍କୋ ଜାନସେନ୍ ଏବଂ ଜାଡେଜାଙ୍କୁ ହରପ୍ରୀତ ବ୍ରାର ଆଉଟ୍ କରିଥିଲେ।