ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା କୋଲକାତା; ବାଜି ଓଲଟାଇଲେ ସୁନିଲ ନାରିନ

Published By : Prameya | April 29, 2025 11:47 PM

Image source: Cricbuzz

ନୂଆଦିଲ୍ଲୀ,୨୯/୦୪: ଆଇପିଏଲର ୪୮ ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) କୁ ୧୪ ରନ୍‌ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୮ ବର୍ଷ ପରେ ଦଳ ଜିତିଛି। ମଙ୍ଗଳବାର ଦିନ ଦିଲ୍ଲୀ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। 

କୋଲକାତା ୨୦ ଓଭରରେ ୯ ୱିକେଟ୍ ହରାଇ ୨୦୪ ରନ୍ କରିଥିଲା। ୨୮ତମ ଥର ପାଇଁ କୋଲକାତା ୨୦୦ ଉପରେ ରନ୍‌ କରିଥିଲା। ୨୦୫ ରନ୍‌ର ଟାର୍ଗେଟକୁ ପିଛା କରି ଦିଲ୍ଲୀ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୯୦ ରନ୍ କରିଛି। ଫାଫ୍ ଡୁ ପ୍ଲେସିସ୍ ୬୨, ଆକ୍ଷର ପଟେଲ ୪୩ ଏବଂ ବିପରାଜ ନିଗମ ୩୮ ରନ ସ୍କୋର କରିଥିଲେ।

କେକେଆର୍ ପକ୍ଷରୁ ସୁନୀଲ ନାରିନ ୩ଟି ୱିକେଟ୍ ନେଇଥିଲେ। ସେ କେ.ଏଲ୍ ରାହୁଲଙ୍କୁ ଆଉଟ୍ କରିଥିଲେ। ବରୁଣ ଚକ୍ରବର୍ତ୍ତୀ ୨ ଟି ୱିକେଟ୍ ନେଇଥିଲେ। ଅନୁକୁଲ ରୟ, ବୈଭବ ଆରୋରା ଏବଂ ଆଣ୍ଡ୍ରେ ରସେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। କେକେଆର୍‌ ଇନିଂସରେ ଅଙ୍ଗକ୍ରିଷ ରଘୁବଂଶୀ ୪୪ ରନ୍ ଏବଂ ରିଙ୍କୁ ସିଂ ୩୬ ରନ୍ କରିଥିଲେ। ଦିଲ୍ଲୀର ମିଚେଲ ଷ୍ଟାର୍କ ୩ ୱିକେଟ୍ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.