ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଆଇପିଏଲ ରୋବୋଟ୍ ‘ଚମ୍ପକ’ ବଢାଇଲା ବିସିସିଆଇର ଅଡୁଆ, ଦିଲ୍ଲୀ ହାଇକୋର୍ଟ ଜାରି କଲେ ନୋଟିସ୍

Published By : Prameya | April 30, 2025 7:05 PM

ନୂଆଦିଲ୍ଲୀ,୩୦।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୫) ଏବେ ନିଜର ସବୁଠାରୁ ରୋମାଞ୍ଚକର ମୋଡ଼ରେ ରହିଛି। ସବୁ ଟିମ୍‌ ପ୍ଲେଅଫ୍‌ରେ ସ୍ଥାନ ପାଇବା ପାଇଁ ପରିଶ୍ରମ କରୁଛି। ଏଭଳି ସିଜିନ୍‌ରେ ବହୁ ଖେଳାଳି ନିଜ ପ୍ରଦର୍ଶନ ଦମ୍‌ରେ ଅଲଗା ପରିଚୟ ତିଆରି କରିଛନ୍ତି। କିନ୍ତୁ ଏହି ସମୟରେ ଏଆଇ ରୋବୋଟ୍ ଡଗ୍ ‘ଚମ୍ପକ’ ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛି। ଟସ୍ ଜିତିବାଠାରୁ ନେଇ ମ୍ୟାଚ୍‌ର ପ୍ରତି ରୋମାଞ୍ଚକର ମୋଡ଼ରେ ଚମ୍ପକ ନିଜର କମାଲ ଦେଖାଉଛି। କିନ୍ତୁ ଏବେ ଏହି ରୋବୋଟର ନାଁ ‘ଚମ୍ପକ’ ରଖି ଅଡୁଆରେ ବିସିସିଆଇ।

ଦିଲ୍ଲୀ ହାଇକୋର୍ଟ ଏହି ରୋବୋଟର ନାଁ ‘ଚମ୍ପକ’ ରଖିବାକୁ ନେଇ ବିସିସିଆଇକୁ ନୋଟିସ୍ ଜାରି କରିଛି। ପିଲାଙ୍କ ପତିକ୍ରା ‘ଚମ୍ପକ’ କୋର୍ଟରେ ଏକ ଆବେଦନ ଦାଖଲ କରି ଏଆଇ ରୋବୋଟ୍‌ର ନାଁ ଚମ୍ପକ ରଖିବା ନେଇ ଟ୍ରେଡମାର୍କ ଉଲଂଘନ କହିଛି। ଚମ୍ପକ ପତ୍ରିକାର ମକଦ୍ଦମାରେ ଦିଲ୍ଲୀ ହାଇକୋର୍ଟ ବିସିସିଆଇକୁ ନୋଟିସ୍ ଜାରି କରି ଜବାବ୍ ମାଗିଛି। 

ଦିଲ୍ଲୀ ହାଇକୋର୍ଟ ବିସିସିଆଇକୁ ଚାରି ସପ୍ତାହରେ ଜବାବ ଦାଖଲ କରିବାକୁ କହିଛି। ମାମଲାର ଆଗାମୀ ଶୁଣାଣି ୯ ଜୁଲାଇରେ ରହିଛି। ରିପୋର୍ଟ ଅନୁସାରେ, ଏହି ରୋବୋଟ୍‌ର ନା ଚମ୍ପକ ଫ୍ୟାନ୍ ପୋଲ୍ ଜରିଆରେ ହୋଇଥିଲା। ଆଇପିଏଲ ମ୍ୟାଚ୍ ବେଳେ ଫ୍ୟାନ୍‌ମାନେ ଏହି ରୋବୋଟ୍‌ର ନାମକରଣ ପାଇଁ ରାୟ ମାଗିଥିଲେ। ଏହାପରେ ଚମ୍ପକ ନାଁରେ ସବୁଠାରୁ ଅଧିକ ଦର୍ଶକ ମୋହର ଲଗାଇଥିଲେ। ତେଣୁ ଶେଷରେ ଚମ୍ପକ ହିଁ ନାଁ ରହିଥିଲା। ଚମ୍ପକକୁ ଟସ୍ ପକାଇବା ‌ବେଳେ ଦେଖିହେବ। ଯେତେବେଳେ ଦୁଇ ଟିମ୍ ଫିଲ୍ଡକୁ ଓହ୍ଲାନ୍ତି ସେତେବେଳେ ଚମ୍ପକ ମଧ୍ୟ ତାଙ୍କ ସହ ଦେଖାଯାଏ। କେବଳ ସେତିକି ନୁହେଁ ଖେଳାଳିମାନେ ଭିଡିଓରେ ମଧ୍ୟ ଚମ୍ପକ ସହ ମଜାମସ୍ତି କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଧୋନିଙ୍କ ଏକ ଭିଡିଓ ଖୁବ୍ ଚର୍ଚ୍ଚାରେ ଥିଲା, ଯେତେବେଳେ ସେ ଚମ୍ପକକୁ ଉଠାଇ ଆଉ ଏକ ଜାଗାରେ ରଖି ଦେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.