ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)ର ୧୮ତମ ସଂସ୍କରଣ ଅର୍ଥାତ୍ IPL 2025 ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ୍ ୨୨ ମାର୍ଚ୍ଚରେ କେକେଆରର ହୋମ ଗ୍ରାଉଣ୍ଡ ଇଡେନ ଗାର୍ଡେନସରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଆଇପିଏଲ ୨୦୨୫ର ଫାଇନାଲ୍ ୨୫ ମେ’ରେ ଖେଳାଯିବ। ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ୍ ୨୨ ମାର୍ଚ୍ଚରେ ଇଡେନ ଗାର୍ଡେନସରେ ଖେଳାଯିବାକୁ ଥିବା ବେଳେ ଫାଇନାଲ୍ ମ୍ୟାଚ୍ ମଧ୍ୟ ସେଠାରେ ଖେଳାଯିବ ବୋଲି ଜଣାପଡ଼ିଛି । ଆଇପିଏଲ ୨୦୨୫ରେ, ୧୩ଟି ସହରରେ ୧୦ଟି ଦଳ ମଧ୍ୟରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ । ଏଥିରେ ନକଆଉଟ୍ ଅର୍ଥାତ୍ ପ୍ଲେଅଫ୍ ମ୍ୟାଚ୍ ମଧ୍ୟ ଅନ୍ତର୍ଭୁକ୍ତ । ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଗୁଡ଼ିକ ମାର୍ଚ୍ଚ ୨୨ ରୁ ମେ’ ୧୮ ମଧ୍ୟରେ ଖେଳାଯିବ ।
IPL 2025ର ସବୁଠାରୁ ବଡ଼ ମ୍ୟାଚ୍ ୨୩ ମାର୍ଚ୍ଚରେ ଅନୁଷ୍ଠିତ ହେବ। ଏହି ଦିନ ଆଇପିଏଲର ଦୁଇଟି ବଡ଼ ଦଳ ମୁହାଁମୁହିଁ ହେବେ। ୨୩ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ଏହି ସିଜିନରେ, ଉଭୟ ଦଳ ଦୁଇଥର ମୁହାଁମୁହିଁ ହେବେ । ଆଇପିଏଲ ୨୦୨୫ର ଦ୍ୱିତୀୟ ମ୍ୟାଚ୍ ୨୩ ମାର୍ଚ୍ଚରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ୨୩ ମାର୍ଚ୍ଚରେ ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଏକ ମୁକାବିଲା ହେବ । ଅର୍ଥାତ୍ ୨୩ ମାର୍ଚ୍ଚରେ ଦୁଇଟି ମ୍ୟାଚ୍ ଖେଳାଯିବ ।
Mark your calendars, folks! 🥳🗓#TATAIPL 2025 kicks off on March 2️⃣2️⃣ with a clash between @KKRiders and @RCBTweets 🤜🤛
— IndianPremierLeague (@IPL) February 16, 2025
When is your favourite team's first match? 🤔 pic.twitter.com/f2tf3YcSyY
ଆଇପିଏଲର ୧୮ତମ ସଂସ୍କରଣରେ ମୋଟ ୧୩ଟି ସହରରେ ମ୍ୟାଚ୍ ଖେଳାଯିବ। ଆଇପିଏଲ ୨୦୨୫ ମ୍ୟାଚ୍ ଲକ୍ଷ୍ନୌ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ଅହମ୍ମଦାବାଦ, ବିଶାଖାପାଟଣା, ଗୌହାଟି, ବେଙ୍ଗାଲୁରୁ, ନ୍ୟୁ ଚଣ୍ଡିଗଡ଼, ଜୟପୁର, ଦିଲ୍ଲୀ, କୋଲକାତା ଏବଂ ଧର୍ମଶାଳାରେ ଖେଳାଯିବ । IPL 2025ରେ ମୋଟ ୧୨ଟି ଡବଲ୍ ହେଡର ମ୍ୟାଚ୍ ଅଛି । ଏହାର ଅର୍ଥ ହେଉଛି ଦିନକୁ ଦୁଇଟି ମ୍ୟାଚ୍ ୧୨ ଥର ଖେଳାଯିବ । ପ୍ରତିବର୍ଷ IPLର ପ୍ରଥମ ମ୍ୟାଚ୍ ପୂର୍ବ ସିଜିନର ଫାଇନାଲ ଖେଳିଥିବା ଦୁଇ ଦଳ ମଧ୍ୟରେ ଖେଳାଯାଏ, କିନ୍ତୁ ଏଥର ଏହାର ବ୍ୟତିକ୍ରମ ଦେଖାଯାଉଛି । IPL 2024 ଫାଇନାଲରେ, କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ୍ KKR ଏବଂ RCB ମଧ୍ୟରେ ଖେଳାଯିବ ।