ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଆଇପିଏଲ୍‌ ୧୫୦ ୱିକେଟ୍‌ କ୍ଲବରେ ହର୍ଷଲ ପଟେଲ, ମାରକ୍ରମକୁ ଆଉଟ୍‌ କରି ଛୁଇଁଲେ ମାଇଲଖୁଣ୍ଟ

Published By : Prameya | May 20, 2025 10:56 AM

ଲକ୍ଷ୍ନୌ, ୨୦/୦୫: ସନ୍‌ରାଇଜର୍ସ ହାଇଦ୍ରାବାଦର ପେସ୍‌ ବୋଲର ହର୍ଷଲ ପଟେଲ ଆଇପିଏଲ୍‌ରେ ୧୫୦  ୱିକେଟ୍‌ କ୍ଲବ୍‌ରେ ସାମିଲ୍‌ ହୋଇଛନ୍ତି । ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ସେ ଆଡେନ ମାରକ୍ରମକୁ ଆଉଟ୍‌ କରି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ।  ଏଥିସହ ହର୍ଷଲ ଭାରତୀୟ ବୋଲର ଭାବେ ଦ୍ରୁତତମ  ୧୫୦ ୱିକେଟ୍‌ ନେବାରେ ରେକର୍ଡ଼ ସ୍ଥାପନ କରିଛନ୍ତି ।  ପୂର୍ବରୁ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ନାମରେ ଏହି  ରେକର୍ଡ଼ ରହିଥିଲା । ସେ ୧୧୮ଟି ମ୍ୟାଚ୍‌ ଖେଳି ୧୫୦  ୱିକେଟ୍‌ ପୂରଣ କରିଥିଲେ । ହର୍ଷଲଙ୍କୁ ଏହି କ୍ଲବ୍‌ରେ  ସାମିଲ୍‌ ହେବା ପାଇଁ ୧୧୪ଟି ଇନିଂସ୍‌ ଲାଗିଥିଲା । 

ଆଇପିଏଲ୍‌ରେ ଦ୍ରୁତତମ ୧୫୦ ୱିକେଟ୍‌  ରେକର୍ଡ଼ ମୁମ୍ବାଇ ଇଣ୍ଡିଆନ୍ସ ତଥା ଶ୍ରୀଲଙ୍କାର ପୂବତନ  ପେସ୍‌ ବୋଲର ଲାସିଥ ମାଲିଙ୍ଗାଙ୍କ ନାମରେ ରହିଛି ।  ସେ ୧୦୫ଟି ମ୍ୟାଚ୍‌ ଖେଳି ଏହି ରେକର୍ଡ଼ ସ୍ଥାପନ  କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ ଟାଇଟନ୍ସ  ପକ୍ଷରୁ ଖେଳୁଥିବା ଆଫଗାନିସ୍ତାନ ସ୍ପିନର ରସିଦ ଖାନ  (୧୨୨ଟି ମ୍ୟାଚ୍‌) ଓ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ ପେସ୍‌  ବୋଲର ଯଶପ୍ରୀତ ବୁମରା (୧୨୪ଟି ମ୍ୟାଚ୍‌) ଯଥାକ୍ରମେ  ତାଲିକାରେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.