ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଆଇପିଏଲରେ ଦ୍ରୁତତମ ୧୫୦ ୱିକେଟ୍ ନେଇ ଇତିହାସ ରଚିଲେ ହର୍ଷଲ ପଟେଲ; ଲକ୍ଷ୍ନୌ ବିପକ୍ଷରେ ହାସଲ କଲେ କିର୍ତ୍ତିମାନ

Published By : Prameya | May 19, 2025 10:29 PM

ଲକ୍ଷ୍ନୌ,୧୯/୦୫: ଆଇପିଏଲ ଇତିହାସରେ ୧୫୦ ୱିକେଟ ପୂରଣ କରିବାରେ ଦ୍ରୁତତମ ବୋଲର ହୋଇଛନ୍ତି ହର୍ଷଲ ପଟେଲ। ଏହି କ୍ଷେତ୍ରରେ ସେ କିମ୍ବଦନ୍ତୀ ବୋଲର ଲସିଥ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଛନ୍ତି। ହର୍ଷଲ ପଟେଲ ୧୧୭ଟି ମ୍ୟାଚ୍ ଖେଳି ଏହି ସଫଳତା ହାସଲ କରିଛନ୍ତି। ଅବଶ୍ୟ ଲସିଥ୍ ମାଲିଙ୍ଗା ମାତ୍ର ୧୦୫ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଥିଲେ। ବୋଲିଂ ମାମଲାରେ ହର୍ଷଲ ପଟେଲ ମାଲିଙ୍ଗାଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଏଡେନ୍ ମାକ୍ରମଙ୍କୁ ଆଉଟ୍ କରି ଏହି ରେକର୍ଡ ହାସଲ କରିଥିଲେ।

ହର୍ଷଲ ପଟେଲ ସବୁଠାରୁ କମ୍ ବଲ୍‌ରେ ୧୫୦ଟି ଆଇପିଏଲ୍‌ ୱିକେଟ୍ ପୂରଣ କରିଛନ୍ତି। ପଟେଲ ୨,୩୮୧ ବଲରେ ୧୫୦ ୱିକେଟ ପୂରଣ କରିଛନ୍ତି। ଏହି ପରିପ୍ରେକ୍ଷିରେ ଲସିଥ ମାଲିଙ୍ଗା ସମାନ ସଂଖ୍ୟକ ୱିକେଟ ପୂରଣ କରିବା ପାଇଁ ୨,୪୪୪ ବଲ୍‌ ବୋଲିଂ କରିଥିଲେ। ଏହି ତାଲିକାରେ ୟୁଜଭେନ୍ଦ୍ର ଚହଲଙ୍କ ନାଁ ମଧ୍ୟ ସାମିଲ ଅଛି, ଯିଏକି ୨୫୪୩ ବଲ୍ ବୋଲିଂ କରି ୧୫୦ ୱିକେଟ୍ ପୂରଣ କରିଥିଲେ।

* ହର୍ଷଲ ପଟେଲ - ୨,୩୮୧ ବଲ୍

* ଲସିଥ୍ ମାଲିଙ୍ଗା - ୨,୪୪୪ ବଲ୍

* ୟୁଜଭେନ୍ଦ୍ର ଚହଲ - ୨,୫୪୩ ବଲ

* ଡଓ୍ବେନ୍ ବ୍ରାଭୋ - ୨,୬୫୬ ବଲ୍

* ଜସପ୍ରିତ ବୁମ୍ରା - ୨,୮୩୨ ବଲ୍

ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍‌ରେ ହର୍ଷଲ ପଟେଲ ବହୁତ ମହଙ୍ଗା ପ୍ରମାଣିତ ହୋଇଥିଲେ। ସେ ଏଡେନ୍ ମାକ୍ରମଙ୍କ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍‌ରେ ପଟେଲ ୪ ଓଭରରେ ୪୯ ରନ୍ ଦେଇଥିଲେ ଏବଂ କେବଳ ଗୋଟିଏ ୱିକେଟ୍ ନେଇଥିଲେ। ତମାମ ବୋଲିଂ ଭିତରେ ସେ ୨ଟି ନୋ-ବଲ୍ ପକାଇଥିଲେ ଏବଂ ୩୯ ବଲ୍‌ରେ ୬୫ ରନ୍ କରିଥିବା ମିଚେଲ୍ ମାର୍ଶଙ୍କ କ୍ୟାଚ୍ ମଧ୍ୟ ଛାଡ଼ିଥିଲେ। ହର୍ଷଲ ପଟେଲ ତାଙ୍କ ୧୧୬ ମ୍ୟାଚ୍ ବିଶିଷ୍ଟ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ୧୫୦ ୱିକେଟ୍ ନେଇଛନ୍ତି। ସେ ତାଙ୍କ ସମଗ୍ର କ୍ୟାରିୟରରେ ୮.୮୨ ଇକୋନୋମି ରେଟରେ ରନ୍ ଦେଇଛନ୍ତି।

ମ୍ୟାଚ୍‌ ମାମଲାରେ ପଛରେ ଅଛନ୍ତି ହର୍ଷଲ ପଟେଲ:

ମ୍ୟାଚ୍ ଦୃଷ୍ଟିରୁ ଦ୍ରୁତତମ ୧୫୦ ୱିକେଟ୍ ପୂରଣ କରିବାରେ ହର୍ଷଲ ପଟେଲ ଲାସିଥ୍ ମାଲିଙ୍ଗାଙ୍କ ପଛରେ ଅଛନ୍ତି। ସେ ୧୧୭ ମ୍ୟାଚ୍ ଖେଳି ଏହି ସଫଳତା ହାସଲ କରିଥିବା ବେଳେ ମାଲିଙ୍ଗା ୧୦୫ ମ୍ୟାଚ୍ ଖେଳି ଏହି ସଫଳତା ହାସଲ କରିଛନ୍ତି। ୟୁଜଭେନ୍ଦ୍ର ଚହଲ ୧୧୮ ମ୍ୟାଚ୍‌ରେ ୧୫୦ ୱିକେଟ୍ ପୂରଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.