ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଏସିଆ କପ୍ ଖେଳିବନି ଭାରତ ? BCCI କହିଲା ସତ, କିଛି ନିଷ୍ପତ୍ତି ହୋଇନି କହିଲେ ସାଇକିଆ

Published By : Ankita S | May 20, 2025 8:32 AM

ନୂଆଦିଲ୍ଲୀ,୨୦/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ଚାଲିଥିବା ଉତ୍ତେଜନା ପାଇଁ ଏସିଆ କପ୍ ୨୦୨୫ ଚର୍ଚ୍ଚାରେ ରହିଛି । ଆଇସିସି ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ଣ୍ଣାମେଣ୍ଟ ଯେଉଁଠି ଭାରତ ଏବଂ ପାକିସ୍ତାନ ପରସ୍ପର ସହ ମ୍ୟାଚ୍ ଖେଳନ୍ତି । ଏକ ରିପୋର୍ଟରେ ଦାବି ହୋଇଥିଲା କି ଭାରତ ଏସିଆ କପ୍ ଖେଳିବ ନାହିଁ । ବିସିସିଆଇ ପକ୍ଷରୁ ଏସିଆ କପ୍ ୨୦୨୫ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏହାରି ଭିତରେ ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ।

କ'ଣ କହିଲା ବିସିସିଆଇ ? 

ଭାରତ ଏସିଆ କପ୍ ସହ ଏସିଆ କ୍ରିକେଟ୍ କାଉନସିଲ (ଏସିସି)ର ସମସ୍ତ ପ୍ରତିଯୋଗିତାରୁ ଓହରି ଯାଇଛି ବୋଲି ଚର୍ଚ୍ଚା ହେଉଛି । ଏହାକୁ ଖଣ୍ଡନ କରିଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ୍‌ ସାଇକିଆ । ସେ କହିଛନ୍ତି,''ଏ ପର୍ଯ୍ୟନ୍ତ ଆଲୋଚନା ହୋଇ ନଥିବାରୁ ଏ ବିଷୟରେ କିଛି ନିଷ୍ପତ୍ତି ନିଆଯାଇ ନାହିଁ । ବର୍ତ୍ତମାନ ଆମର ଫୋକସ୍ ଆଇପିଏଲ ଓ ଇଂଲଣ୍ଡ ବିପକ୍ଷ ସିରିଜ୍ ଉପରେ ରହିଛି । ଯେଉଁଥିରେ ପୁରୁଷ ଓ ମହିଳା ଦଳ ସାମିଲ ଅଛନ୍ତି । ''

ସେ ଆହୁରି କହିଛନ୍ତି, ''ଏସିଆ କପ୍ ମାମଲା କିମ୍ୱା ଅନ୍ୟ ଏସିସି ଇଭେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ତେଣୁ ଏହା ଉପରେ କୌଣସି ଖବର କିମ୍ୱା ରିପୋର୍ଟ ସମ୍ପୂର୍ଣ୍ଣ କାଳ୍ପନିକ । ବିସିସିଆଇ ଯେବେ ଏସିସିର କୌଣସି ଆୟୋଜନ ଉପରେ ଚର୍ଚ୍ଚା କରିବ କିମ୍ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ, ତା'ର ଘୋଷଣା ମିଡିଆ ମାଧ୍ୟମରେ କରିବ । ନିଷ୍ପତ୍ତି ନିଆଗଲେ ସୂଚନା ଦିଆଯିବ । '' ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆ ସଫା ସଫା କହିଛନ୍ତି, ବର୍ତ୍ତମାନ ଏସିଆ କପ୍ ନେଇ କିଛି ନିଷ୍ପତ୍ତି ହୋଇନାହିଁ ।

ଅଧିକ ପଢନ୍ତୁ...IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା

ଏସିଆ କପ୍ ୨୦୨୫ ସେପ୍ଟେମ୍ବରରେ ଖେଳାଯିବାର ସୂଚୀ ରହିଛି । ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଜାରି ହୋଇନାହିଁ । ଏଥର ଭାରତ ଆୟୋଜକ ରହିବ । ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ସାମିଲ ରହିଥିବାରୁ ଭାରତ ଖେଳିବ କି ନାହିଁ ସେ ନେଇ ଆଲୋଚନା ଚାଲିଛି ।  ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଆୟୋଜକ ଥିଲା । ଭାରତ ପାକିସ୍ତାନ ଗସ୍ତ ନ କରି ତାର ସବୁ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବି ଶ୍ରୀଲଙ୍କାରେ ହୋଇଥିଲା । ଯେଉଁଥିରେ ଭାରତ ବାଜି ମାରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.