ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା

Published By : Prameya | May 20, 2025 7:50 AM

ନୂଆଦିଲ୍ଲୀ,୨୦/୦୫: ଚଳିତ  ଆଇପିଏଲ୍‌ର ୬୧ତମ ଲିଗ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ  ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଉଭ  ଦଳ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ ପଡ଼ି ସାରିଥିବାରୁ ଏହି ମ୍ୟାଚ୍‌ କୌଣସି ଗୁରୁତ୍ୱ ରଖୁନାହିଁ । ସୁପରକିଙ୍ଗ୍‌ସର ବିଶ୍ୱସ୍ତ ଫ୍ୟାନ୍‌ ଓ ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟରମାନେ ଏହି ମ୍ୟାଚ୍‌ର ରୋମାଞ୍ଚ ବଢ଼ାଇବେ । 

ସୁପରକିଙ୍ଗ୍‌ସ ୧୨ଟି ମ୍ୟାଚ୍‌ରୁ ଓ ରାଜସ୍ଥାନ  ରୟାଲ୍ସ ୧୩ଟି ମ୍ୟାଚ୍‌ରୁ ୬ ପଏଣ୍ଟ ଲେଖାଏଁ  ଅର୍ଜନ କରିଛନ୍ତି । ଆଜି ସୁପରକିଙ୍ଗ୍‌ସ ଜିତିଲେ ନବମ ସ୍ଥାନକୁ ଉନ୍ନୀତ ହେବ ଓ  ରାଜସ୍ଥାନ ରୟାଲ୍ସ ଦଶମକୁ ଖସିବ । ଏହି ମ୍ୟାଚ୍‌ ସହ ରାଜସ୍ଥାନ ରୟାଲ୍ସର ଅଭିଯାନ ଶେଷ ହେବ। ସୁପରକିଙ୍ଗ୍‌ସ ୨୫ ତାରିଖରେ ଅନ୍ତିମ ଲିଗ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବ । 

୧୭ତାରିଖ ପର୍ଯ୍ୟନ୍ତ କୌଣସି ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରି ନଥିଲେ । ୧୮ତାରିଖରେ ଏକ ସଙ୍ଗେ ୩ଟି ଦଳ  (ଗୁଜରାଟ ଟାଇଟନ୍ସ, ପଞ୍ଜାବ କିଙ୍ଗ୍‌ସ,  ରୟାଲ୍‌ ଚ୍ୟାଲେଞ୍ଜସ ବେଙ୍ଗାଲୁରୁ) ପ୍ଲେ- ଅଫ୍‌ରେ ପ୍ରବେଶ କରିଥିଲେ । ବର୍ତ୍ତମାନ  ଗୋଟିଏ ସ୍ଥାନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ  କ୍ୟାପିଟାଲ୍ସ ଦୌଡ଼ରେ ରହିଛନ୍ତି । 

ଉଭୟ ସୁପରକିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ  ପ୍ରଥମ ୨ ଦଳ ଭାବେ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ ପଡ଼ିଥିଲେ ହେଁ ଅନେକ ଅନୁଭୂତି ସହ ଅଭିଯାନ ଶେଷ କରିବେ । ସର୍ବଦା ସିନିୟର କିମ୍ବା ଭେଟେରାନ ଖେଳାଳିଙ୍କୁ ପ୍ରାଥମିକତା ଦେଇ ଆସୁଥିବା ସୁପରକିଙ୍ଗ୍‌ସ ଏଥର ଆୟୂଷ ମାହତ୍ରେ, ଉର୍ଭିଲ ପଟେଲ, ସାଇକ ରସିଦଙ୍କ ଭଳି ଅନେକ ନୂଆ ଉଦୀୟମାନ  ତାରକା ପାଇଛି । ଆଗାମୀ ସିଜନ ବେଳକୁ  ଏମାନେ ସୁପରକିଙ୍ଗ୍‌ସ ଦଳର ପ୍ରମୁଖ ସଦସ୍ୟ  ହୋଇଯିବେ । ଠିକ୍‌ ସେହିପରି ରାଜସ୍ଥାନ ରୟାଲ୍ସ  ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଜଣେ ଯୁବ ବ୍ୟାଟିଂ  ବିସ୍ମୟଙ୍କୁ ପାଇଛି। ଆଗାମୀ ସିଜନ ପୂର୍ବରୁ  ଦଳକୁ ବୋଲିଂ ବିଭାଗ ସୁଧାରିବାକୁ ପଡ଼ିବ । 

ଆଜି ଦର୍ଶକମାନେ ଯୁବ ତାରକାମାନଙ୍କ ବିଧ୍ୱଂସୀ ବ୍ୟାଟିଂ ଦେଖିବାକୁ ସୁଯୋଗ ପାଇବେ । ଗତ ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ଯଶସ୍ୱୀ ଜୈସ୍ୱାଲ ଓ  ବୈଭବ ଧୂଆଁଧାର ବ୍ୟାଟିଂ କରିଥିଲେ ।  ମାତ୍ର ସେମାନଙ୍କୁ ସୁପରକିଙ୍ଗ୍‌ସର ସ୍ପିନର ନୂର ଅହମ୍ମଦଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ନୂର ଇତିମଧ୍ୟରେ ୨୦ଟି ୱିକେଟ୍‌  ଅକ୍ତିଆର କରିସାରିଛନ୍ତି । ଉଭୟଙ୍କ ମଧ୍ୟରେ ଆଜି ଏକ ଜୋରଦାର  ଲଢ଼େଇ ଦେଖିବାକୁ ମିଳିବ। ସେହିପରି  ସୁପରକିଙ୍ଗ୍‌ସର ଓପନର ମାହତ୍ରେ ଓ  ଉର୍ଭିଲଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରତି ରାଜସ୍ଥାନ  ରୟାଲ୍ସ ବୋଲର ସତର୍କ ରହିବେ । 

ଆଜିର ମ୍ୟାଚ୍‌କୁ ନେଇ  ପୂର୍ବାନୁମାନ କରିବା ମଧ୍ୟ କଷ୍ଟକର । ଉଭୟ ଦଳ  ମଧ୍ୟରେ ମୋଟ୍‌ ୩୧ଟି ମ୍ୟାଚ୍‌ ଖେଳାଯାଇଛି ।  ଏଥିରୁ ସୁପରକିଙ୍ଗ୍‌ସ ୧୬ଟି ଓ ରାଜସ୍ଥାନ  ରୟାଲ୍ସ ୧୫ଟି ମ୍ୟାଚ୍‌ ଜିତିଛନ୍ତି । ଏଥର ସୁପରକିଙ୍ଗ୍‌ସର ବ୍ୟାଟିଂ ବିଭାଗ ଓ ରାଜସ୍ଥାନ  ରୟାଲ୍ସର ବୋଲିଂ ବିଭାଗ ସବୁଠୁ ଖରାପ  ପ୍ରଦର୍ଶନ କରିଛନ୍ତି । ସୁପରକିଙ୍ଗ୍‌ସର ଟପ  ଅର୍ଡର ୨୩.୬୮ ହାରରେ ରନ ସଂଗ୍ରହ କରିଛି ।  ସେହିପରି ରାଜସ୍ଥାନ ରୟାଲ୍ସର ବୋଲିଂ ବିଭାଗ  ୪୪.୮୪ ହାରରେ ରନ ଅପଚୟ କରିଛି । 

କୋଟଲା ଗ୍ରାଉଣ୍ଡ୍‌ର ପିଚ୍‌ ବ୍ୟାଟିଂ ପାଇଁ  ଅନୁକୂଳ ରହିବ। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଶାଳ ସ୍କୋର କଲେ ଜିତି ପାରିବ । ରାତ୍ରିରେ କାକର ଯୋଗୁଁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ। ଦିଲ୍ଲୀ କ୍ୟାପିଟାଲ୍ସ  ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଅନୁଷ୍ଠିତ  ମ୍ୟାଚ୍‌ରେ ଟାଇଟନ୍ସ ୨୦୦ ରନ୍‌ର ଲକ୍ଷ୍ୟକୁ ୧୦ଟି  ଯାକ ୱିକେଟ୍‌ ବାକି ଥାଇ ହାସଲ କରିଥିଲା ।

ରାଜସ୍ଥାନ ରୟାଲ୍ସ: ବୈଭବ  ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ୍‌, ସଞ୍ଜୁ  ସାମସନ (ଅଧିନାୟକ), ରିୟାନ ପରାଗ,  ଧ୍ରୁବ ଜୁରେଲ, ସିମରନ ହେତମାୟର,  ଶୁଭମ ଦୁବେ, ୱାନିଣ୍ଡୁ ହସରଙ୍ଗା, କ୍ୱେନା  ମଫାକା, ତୁଷାର ଦେଶପାଣ୍ଡେ, ଆକାଶ  ମଧୱାଲ, ଫଜଲହକ୍‌ ଫାରୁକି । 

ସୁପରକିଙ୍ଗ୍‌ସ: ଆୟୂଷ ମାହତ୍ରେ, ଉର୍ଭିଲ  ପଟେଲ, ଡେଭନ କନୱେ, ରବିନ୍ଦ୍ର ଜାଡ଼େଜା,  ଡିୱାଲ୍ଡ ବ୍ରେଭିସ, ଶିବମ ଦୁବେ, ଆର ଅଶ୍ୱିନ,  ମହେନ୍ଦ୍ର ସିଂହ ଧୋନି (ଅଧିନାୟକ),  ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ,  ଖଲିଲ ଅହମ୍ମଦ, ମଥିଶା ପତିରଣା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.