ପ୍ରମୂଖ ଖବର
  • NDA ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ୍, ମୁଖ୍ୟ ପ୍ରସ୍ତାବକ ହେଲେ ପିଏମ୍‌ ମୋଦି
  • ||
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

‘ଶୁବମନ ଗିଲ୍‌ ହଠାତ୍ କେଉଁଠୁ ଆସିଗଲେ ?’ ଏସିଆ କପ୍ ଦଳରେ ଟେଷ୍ଟ ଅଧିନାୟକଙ୍କ ଚୟନ ବିରୋଧରେ କ୍ରିସ୍ ଶ୍ରୀକାନ୍ତ

Published By : Ankita S | August 19, 2025 9:01 AM

ନୂଆଦିଲ୍ଲୀ,୧୯/୦୮: ଆଗାମୀ ଏସିଆ କପ୍‌ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହେବ। ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ମୁମ୍ବାଇରେ ଦଳ ଚୟନ କରିବେ । ଭାରତୀୟ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।  ୧୫ଜଣିଆ ଦଳରୁ ପାଖାପାଖି ୧୧ଟି ସ୍ଥାନ ନିଶ୍ଚିତ ହୋଇ ସାରିଛି । ବାକି ୪ଟି ସ୍ଥାନ ପାଇଁ ବହୁ ଦାବିଦାର ରହିଛନ୍ତି । ଟେଷ୍ଟ କ୍ୟାପ୍ଟେନ ଶୁବମନ୍‌ ଗିଲ, ଶ୍ରେୟାସ ଆୟର ଓ ଯଶ୍ୱସୀ ଜୈସ୍ୱାଲ ପ୍ରମୁଖ ଦାବିଦାର ଅଛନ୍ତି । ଟିମ୍‌ ଚୟନ ପୂର୍ବରୁ ଶୁବମନ ଗିଲଙ୍କ ଏସିଆ କପରେ ସାମିଲକୁ ନେଇ ବିରୋଧ କରିଛନ୍ତି ପୂର୍ବତନ କ୍ରିକେଟର କ୍ରିସ୍‌ ଶ୍ରୀକାନ୍ତ ।

ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ଶୁବମନ ଗିଲଙ୍କୁ ସାମିଲ କରାଯିବା ଚର୍ଚ୍ଚାକୁ ବିରୋଧ କରିଛନ୍ତି ପୂର୍ବତନ ବିସିସିଆଇ ମୁଖ୍ଯ ଚୟନକର୍ତ୍ତା କ୍ରିସ୍ ଶ୍ରୀକାନ୍ତ । ଗିଲଙ୍କୁ ହଠାତ୍ ଦଳକୁ ଫେରାଇ ଆଣିବାର ଧାରଣାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ''ଅଚାନକ ଟେଷ୍ଟ କ୍ୟାପ୍ଟେନ୍ ଶୁବମନ ଗିଲ୍ କେଉଁଆଡୁ ଆସିଲେ ? ୨୦୨୪ ଟି-ଟ୍ବେଣ୍ଟି ବିଶ୍ୱକପ୍ ବିଜୟୀ ଦଳର ଅଂଶ ମଧ୍ୟ ନଥିଲେ ଶୁବମନ । ଯଦି ଶୁଭମନ ଗିଲ୍ ଟି-୨୦ରେ ଅଧିନାୟକ ହୋଇଥାନ୍ତେ, ତେବେ ସେ ପ୍ଲେଇଂ ଇଲେଭେନରେ ଆସିବା ସ୍ୱାଭାବିକ୍‌ । ଯଦି ସାଇ ସୁଦର୍ଶନ, ଯଶସ୍ୱୀ ଜୈସ୍ୱାଲ କିମ୍ବା ବୈଭବ ସୂର୍ଯ୍ୟବଂଶୀ ନଥାନ୍ତେ । ଗିଲ୍ ସିଧାସଳଖ ଓପନିଂ କରିଥାନ୍ତେ । କିନ୍ତୁ, ଗିଲ୍ ଟି-୨୦ ବିଶ୍ୱକପର ଅଂଶ ନଥିଲେ । ସେ ହଠାତ୍ କେଉଁଠାରୁ ଆସିଗଲେ ?"

୨୫ ବର୍ଷୀୟ ଶୁବମନ ଗିଲ୍‌ ୨୦୨୪ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଟି-୨୦ ଇଣ୍ଟରନ୍ୟାସନାଲ ଖେଳିଥିଲେ । ଏହା ପରେ ଚୟନକର୍ତ୍ତାମାନେ ତାଙ୍କୁ ମୁଖ୍ୟତଃ ଦିନିକିଆ ଏବଂ ଟେଷ୍ଟ ପାଇଁ ବାଛିଥିଲେ । ବର୍ତ୍ତମାନ ଗିଲ୍‌ ଟେଷ୍ଟ ଦଳର ଅଧିନାୟକ ଅଛନ୍ତି । ରୋହିତଙ୍କ ପରେ ଶୁବମନଙ୍କୁ ଦିନିକିଆ କ୍ୟାପ୍ଟେନ୍ସି ମିଳିବା ଅନୁମାନ କରାଯାଉଛି । ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ସିରିଜରେ ଇଂଲଣ୍ଡ ବିପକ୍ଷରେ ଏକ ଅବିଶ୍ୱସନୀୟ ଟେଷ୍ଟ ସିରିଜ ତାଙ୍କ ନେତୃତ୍ୱ ଭୂମିକାକୁ ସଫଳ କରିଛି । ଏବେ ଶୁଭମନଙ୍କୁ ଏସିଆ କପ୍ ଦଳରେ ଓପନର ସ୍ଥାନ ଦେବାକୁ ଚର୍ଚ୍ଚା ହେଉଥିବାବେଳେ ତାହାକୁ ବିରୋଧ କରିଛନ୍ତି ପୂର୍ବ କ୍ରିକେଟର ଶ୍ରୀକାନ୍ତ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.