ପ୍ରମୂଖ ଖବର
  • NDA ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ୍, ମୁଖ୍ୟ ପ୍ରସ୍ତାବକ ହେଲେ ପିଏମ୍‌ ମୋଦି
  • ||
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

ଦୁଲୀପ ଟ୍ରଫି ପୂର୍ବାଞ୍ଚଳ ଦଳ, ଆହତ କିଷନଙ୍କ ସ୍ଥାନରେ ଆଶୀର୍ବାଦ

Published By : Manoj | August 18, 2025 1:35 PM

ଭୁବନେଶ୍ୱର/ରାଉରକେଲା/କଟକ,୧୮/୦୮: ଦୁଲୀପ୍‌ ଟ୍ରଫିର ପୂର୍ବାଞ୍ଚଳ  ଦଳରେ ୱିକେଟ୍‌ କିପର ଇଷାନ କିଷନଙ୍କ  ସ୍ଥାନରେ ଓଡ଼ିଆ ଯୁବ ୱିକେଟ୍‌ କିପର  ଆଶୀର୍ବାଦ ସ୍ୱାଇଁଙ୍କୁ ସ୍ଥାନ ମିଳିଛି । ଆହତ  ହେବା ଯୋଗୁ କିଷନ ଦଳକୁ ବାଦ ପଡ଼ିଛନ୍ତି । 

ଆସନ୍ତା ୨୮ ତାରିଖରୁ ବେଙ୍ଗାଲୁରୁରେ  ଆରମ୍ଭ ହେବାକୁ ଯାଉଛି ଦୁଲୀପ ଟ୍ରଫି ।  ପୂର୍ବରୁ ବ୍ୟାଟର ସନ୍ଦୀପ ପଟ୍ଟନାୟକ ଏକମାତ୍ର ଓଡ଼ିଆ ଭାବେ ସମ୍ଭାବ୍ୟ ପୂର୍ବାଞ୍ଚଳ  ଦଳରେ ସ୍ଥାନ ପାଇଥିଲେ । ଆଶୀର୍ବାଦ ଷ୍ଟାଣ୍ଡ୍‌-ବାଏ ତାଲିକାରେ ରହିଥିଲେ ।  ଆସନ୍ତା ୨୮ ତାରିଖରେ ଉତ୍ତରାଞ୍ଚଳ ବିପକ୍ଷରେ ପୂର୍ବାଞ୍ଚଳ ଅଭିଯାନ ଆରମ୍ଭ କରିବ ।  

ଆଶୀର୍ବାଦ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ପରେ ଓଡ଼ିଶା କ୍ରିକେଟ୍‌ ସଂଘର  ସମ୍ପାଦକ ସଞ୍ଜୟ ବେହେରା ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.