ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ମାର୍ସ-ମାକ୍ରମଙ୍କ ଦମ୍‌ଦାର ଅର୍ଦ୍ଧଶତକ; ହାଇଦ୍ରାବାଦ ଆଗରେ ୨୦୬ ରନ୍‌ର ବିଜୟଲକ୍ଷ୍ୟ ରଖିଲା ଲକ୍ଷ୍ନୌ

Published By : Prameya | May 19, 2025 9:39 PM

Image source: India Today

ଲକ୍ଷ୍ନୌ,୧୯/୦୫: ଆଇପିଏଲ୍‌ ୨୦୨୫ର ୬୧ ତମ ମ୍ୟାଚ୍‌ ଲକ୍ଷ୍ନୌର ଶ୍ର ଅଟଳ ବିହାରୀ ବାଜପାୟୀ ଏକନା ଷ୍ଟାଡିୟମରେ ଖେଳାଯାଇଛି। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ସନ୍‌ରାଇଜର୍ସ ହାଇଦ୍ରାବାଦ। ତେବେ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୫ ରନ୍‌ର ବିଶାଳ ସ୍କୋର କରିଛି। ଦଳ ପକ୍ଷରୁ ମିଚେଲ୍‌ ମାର୍ସ ଓ ଏଡେନ୍‌ ମାକ୍ରମ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି। 

ମାର୍ସ ୩୯ ବଲ୍‌ରେ ୬ଟି ଚୌକା ଏବଂ ୪ଟି ଛକା ସହିତ ୬୫ ରନ୍‌ କରିଥିବା ବେଳେ ମାକ୍ରମ ୩୮ ବଲ୍‌ରେ ୪ ଚୌକା ଏବଂ ୪ଟି ଛକା ସହାୟତାରେ ୬୧ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ସେହିପରି ନିକୋଲାସ ପୁରଣ ୨୬ ବଲ୍‌ରେ ୬ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୪୫ ରନ୍‌ କରିଥିଲେ। ଦଳ ପକ୍ଷରୁ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁପାରିନଥିଲେ। ପୁଣି ଥରେ ଫ୍ଳପ୍‌ ସାବ୍ୟସ୍ତ ହୋଇଥିଲେ ଅଧିନାୟକ ଋଷଭ ପନ୍ତ। 

ହାଇଦ୍ରାବାଦ ପକ୍ଷରୁ ଇଶାନ ମାଲିଙ୍ଗା ଦୁଇଟି ଏବଂ ହର୍ଷ ଦୁବେ, ହର୍ଷଲ ପଟେଲ ଓ ନୀତିଶ ରେଡ୍ଡୀଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। ବର୍ତ୍ତମାନ ହାଇଦ୍ରାବାଦ ଲକ୍ଷ୍ନୌ ଦେଇଥିବା ୨୦୬ ରନ୍‌ର ବିଜୟଲକ୍ଷ୍ୟ ପୂରା କରିବାକୁ ମଇଦାନକୁ ଓହ୍ଲାଇବ।  

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.