ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ୬୨ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ରାଜସ୍ଥାନ ରୟାଲ୍ସ (ଆରଆର୍)କୁ ୧୮୮ ରନ୍ର ଟାର୍ଗେଟ ଦେଇଛି। ଅରୁଣ ଜେଟଲି କ୍ରିକେଟ୍ ଷ୍ଟାଡିୟମ୍ରେ ହେଉଥିବା ଆଜିର ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରତିପକ୍ଷରେ ଚେନ୍ନାଇ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୭ ରନ୍ କରିଛି।
ସିଏସକେ ପାଇଁ ଅଧିନାୟକ ଏମଏସ ଧୋନି ୧୭ ବଲରୁ ୧୬ ରନ ସଂଗ୍ରହ କରିଛନ୍ତି। ସେ ଟି-୨୦ ଫର୍ମାଟରେ ୩୫୦ଟି ଛକା ପୂରଣ କରିଥିଲେ। ଧୋନିଙ୍କ ବ୍ୟତୀତ ଦଳ ପାଇଁ ଡେୱାଲ୍ଡ ବ୍ରେଭିସ୍ ୪୨ ରନ୍ ଏବଂ ଆୟୁଷ ମହାତ୍ରେ ୪୩ ରନ୍ ସଂଗ୍ରହ କରିଛନ୍ତି। ସେହିଭଳି ଶିବମ୍ ଦୁବେ ୩୯ ରନ୍ କରିଛନ୍ତି। ଯୁଦ୍ଧବୀର ସିଂହ ଏବଂ ଆକାଶ ମାଧୱାଲ ୩ଟି ଲେଖାଏଁ ୱିକେଟ ନେଇଛନ୍ତି।