ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡାଙ୍କୁ ୧୦. ୭୫ କୋଟିରେ କିଣିଲା ଗୁଜୁରାଟ ଟାଇଟାନ୍ସ; ୧୮ କୋଟିରେ ପଞ୍ଜାବ କିଙ୍ଗ୍‌ସ ହାତରେ ଅର୍ଶଦୀପ

Published By : Prameya | November 24, 2024 5:09 PM

ନୂଆଦିଲ୍ଲୀ,୨୪/୧୧: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡାଙ୍କ ଉପରେ ଗୁଜୁରାଟ ଟାଇଟାନ୍ସ ଏକ ବଡ଼ ନିଲାମୀ ଡାକିଥିଲା। ତେବେ ରାବଡାଙ୍କୁ ଗୁଜୁରାଟ ୧୦.୭୫ କୋଟିରେ କିଣିଛି। ରାବାଡାଙ୍କ ମୂଳ ମୂଲ୍ୟ ଅର୍ଥାତ୍‌ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ଥିଲା। ସେ ପୂର୍ବରୁ ପଞ୍ଜାବ କିଙ୍ଗ୍ସରେ ଥିଲେ। କିନ୍ତୁ ପଞ୍ଜାବ ତାଙ୍କୁ ବାହାର କରିଥିଲା। ଏଥର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଆଇପିଏଲ ୨୦୨୫ ର ମେଗା ନିଲାମରେ ରାବାଡାଙ୍କୁ କିଣିବାକୁ ଚେଷ୍ଟା କଲା। କିନ୍ତୁ ସେମାନେ ବିଫଳ ହୋଇଥିଲେ।

ରାବଡା ମୂଳ ମୂଲ୍ୟ ୨ କୋଟି ଟଙ୍କାରେ ନିଲାମର ସାମିଲ ହୋଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କ ଉପରେ ପ୍ରଥମ ବିଡ୍ କରିଥିଲା। ଯଦିଓ ଆରସିବି ଶେଷ ପର୍ଯ୍ୟନ୍ତ ୧୦.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର କରିଥିଲା କିନ୍ତୁ ଶେଷରେ ଗୁଜରାଟ ଜିତିଲା। ଗୁଜୁରାଟ ତାଙ୍କୁ ୧୦.୭୫ କୋଟିରେ କିଣିଛି। ରାବାଡାଙ୍କ ରେକର୍ଡ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.