ପ୍ରମୁଖ ଖବର
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||
  • ଭୁବନେଶ୍ୱର ​‌ଲୋକସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଭରିବେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ
  • ||

ଆଇପିଏଲ ୨୦୨୪ : ପଞ୍ଜାବ କିଙ୍ଗସକୁ ୧୯୩ ରନ୍‌ର ଟାର୍ଗେଟ୍‌ ଦେଲା ମୁମ୍ୱାଇ ଇଣ୍ଡିଆନ୍ସ

ମୁଲ୍ଲନପୁର – ଆଜି ( ଗୁରୁବାର) ଆଇପିଏଲ ୨୦୨୪ର ୩୩ତମ ମୁକାବିଲା ପଞ୍ଜାବ କିଙ୍ଗସ ଓ ମୁମ୍ୱାଇ ଇଣ୍ଡିଆନ୍ସ  ମଧ୍ୟରେ ଖେଳା ଯାଉଛି। ମୁଲ୍ଲନପୁରରେ ଜାରି ଏହି ମ୍ୟାଚରେ ପଞ୍ଜାବ କିଙ୍ଗସର ଅଧିନାୟକ ସ୍ୟାମ କରନ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ମୁମ୍ୱାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ଇଣ୍ଡିଆନ୍ସକୁ ୧୯୩ ରନ୍‌ର ଟାର୍ଗେଟ୍‌ ଦେଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ଇଣ୍ଡିଆନ୍ସ ୭ ୱିକେଟ ହରାଇ ୧୯୨ ରନ୍‌ କରିଛି। ଟିମ୍‌ ପାଇଁ ସୂର୍ଯ୍ୟ କୁମାର ଯାଦବ ୩୪ ଟି ବଲ୍‌ରେ ୫୦ ପୂରଣ କରିଛନ୍ତି। ସେ ୫୩ ଟି ବଲ୍‌ରେ ମୋଟ ୭୮ ରନ୍‌ କରିଛନ୍ତି। ଏହାସହ ତିଳକ ବର୍ମା ୧୮ଟି ବଲରେ ୩୪ ରନ୍‌ କରିଛନ୍ତି। ରୋହିତ ଶର୍ମା ୩୬ରନ୍‌ର ପାଳି ଖେଳିଛନ୍ତି। ସେପଟେ ପଞ୍ଜାବ ପାଇଁ ହର୍ଷଲ ପଟେଲ ୩ ଓ ସ୍ୟାମ୍‌ କରନ ୨ଟି ୱିକେଟ୍‌ ନେଇଛନ୍ତି। କଗିସୋ ରବାଡାଙ୍କୁ ଗୋଟିଏ ମାତ୍ର ୱିକେଟ୍‌ ମିଳିଛି। 

ପଞ୍ଜାବ କିଙ୍ଗସ ପ୍ଲେଇଂ -୧୧ : ରିଲି ରୋଶୌ , ପ୍ରଭସିମରନ ସିଂହ , ସ୍ୟାମ କରନ ( ଅଧିନାୟକ) , ଲିୟାମ ଲିଭିଂଷ୍ଟୋନ , ଜିତେଶ ଶର୍ମା (ୱିକେଟକିପର) , ଶଶାଙ୍କ ସିଂହ , ଆଶୁତୋଷ ଶର୍ମା , ହରପ୍ରୀତ ବରାର , ହର୍ଷଲ ପଟେଲ, ଅର୍ଶଦୀପ ସିଂହ ଓ କଗିସୋ ରବାଡା।

ମୁମ୍ୱାଇ ଇଣ୍ଡିଆନ୍ସ ପ୍ଲେଇଂ -୧୧ :  ଇଶାନ କିଶନ (ୱିକେଟକିପର) , ରୋହିତ ଶର୍ମା , ସୂର୍ଯ୍ୟ କୁମାର ଯାଦବ , ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ତିଳକ   ବର୍ମା , ଟିମ୍‌ ଡେଭିଡ୍‌ , ମହମ୍ମଦ ନବୀ , ରୋମାରିୟୋ ଶେଫର୍ଡ, ଶ୍ରେୟସ ଗୋପାଲ , ଜସପ୍ରୀତ ବୁମରାହ ଓ ଗେରାଲ୍ଡ କୋଏତଜୀ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.